www.samajalive.in
Sunday, December 7, 2025
15.1 C
Bhubaneswar

ଔଷଧୀୟ ଗୁଣରେ ଭରପୁର ପାନପତ୍ର

ସାଧାରଣତଃ ବହୁତ ଲୋକଙ୍କର ପାନ ଅତି ପ୍ରିୟ ହୋଇଥାଏ। କିଛି ଲୋକ ତ ପାନ ବିନା ରହି ପାରନ୍ତି ନାହିଁ। ପାନକୁ ହିନ୍ଦୁ ଧର୍ମରେ ପବିତ୍ରତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି। ବିଭିନ୍ନ ଶୁଭ କାମରେ ଏହାର ବ୍ୟବହାର କରାଯାଏ। ହେଲେ ପାନରେ ଦେଇ ଖାଉଥିବା କିଛି କଡ଼ା ମସଲା ଓ ଗୁଆ ଆଦି ସ୍ୱାସ୍ଥ୍ୟ ପାଇଁ ଖୁବ୍‍ କ୍ଷତିକାରକ ହୋଇଥାଏ। ତେଣୁ ଏହି ସବୁ କଡ଼ା ମସଲା ବା ତମାଖୁରୁ ବର୍ତ୍ତି ରହିବା ଆବଶ୍ୟକ। ତେବେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଜାଣନ୍ତି ଯେ, ପାନପତ୍ରରେ ବହୁ ଔଷଧୀୟ ଗୁଣ ମଧ୍ୟ ଭରପୁର ହୋଇ ରହିଛି –

• ପାନପତ୍ର ରସ ସହ ଅଦା ରସ ମିଶାଇ ଦିନକୁ ଦୁଇରୁ ତିନିଥର ତିନିଦିନ ଯାଏ ସେବନ କଲେ ଶ୍ୱାସ, କାଶ, ଥଣ୍ଡା ଏବଂ ତଣ୍ଟି ପଡ଼ିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ପାନ ରସ ସହ ମହୁ ମିଶାଇ ପିଲାଙ୍କୁ ଚଟାଇଲେ ଦୁଇ ତିନିଦିନ ମଧ୍ୟରେ ସେମାନଙ୍କର ଥଣ୍ଡା, କାଶ ସମ୍ପୂର୍ଣ୍ଣ ଭଲ ହୋଇ ଯାଏ।

- Advertisement -

• ପାନ ଖାଇଲେ ପେଟ ସଫା ରହେ। ପାନ ରସ ସହିତ ଶୁଣ୍ଠି ଓ ହରିଡ଼ା ଗୁଣ୍ଡ ମିଶାଇ ପ୍ରତିଦିନ ଖାଇଲେ ଶରୀରକୁ ବହୁ ଲାଭ ମିଳିଥାଏ।, ପେଟ ଦରଜ ହେଉôଥଲେ, କିଛି ଗୋଲମରିଚକୁ ଭାଜି ଏହାକୁ ପାନରେ ଦେଇ ଖାଆନ୍ତୁ କିମ୍ବା ଏକ ଚାମଚ ପାନରସରେ ଜୁଆଣି ଚୂର୍ଣ୍ଣ ଓ ଅଦାରସ ମିଶାଇ ସେବନ କରନ୍ତୁ, ପେଟ ଦରଜରୁ ମୁକ୍ତି ମିଳିବ।

• ପାନ ସହିତ ଗୋଲମରିଚ ବାଟି ପିଇଲେ ଖାଦ୍ୟ ସହଜରେ ହଜମ ହୁଏ। ଏହାବ୍ୟତୀତ ପାନ ସହିତ ଜୁଆଣି ମିଶାଇ ଚୋବାଇ ଖାଇଲେ ମଧ୍ୟ ଖାଦ୍ୟ ହଜମ ହୋଇଥାଏ। ଆସିଡିଟି କାରଣରୁ ଛାତି ଜଳାପୋଡ଼ା ହେଲେ, ପାନରସ ସହିତ ଅଦାରସ ମିଶାଇ ସେବନ କରନ୍ତୁ।

• ଯଦି ଗାଡ଼ିରେ ଯାତ୍ରା କଲାବେଳେ ବାନ୍ତି ଲାଗୁଥାଏ, ତେବେ ଗାଡ଼ିରେ ବସିବା ପୂର୍ବରୁ ପାନ ପତ୍ରକୁ ଛେଚି କଳରେ ଜାକି ଦିଅନ୍ତୁ, ଆଉ ବାନ୍ତି ଲାଗିବ ନାହିଁ।

• ଶିଶୁର ଝାଡ଼ା ବନ୍ଦ ହୋଇଗଲେ, ପାନ ଡେମ୍ଫରୁ ଉପର ଚୋପା ଛଡ଼ାଇ ସେଥିରେ ଜଡ଼ା ତେଲ ମାରି ମଳଦ୍ୱାରରେ ଦେଲେ ପିଲାମାନଙ୍କର ଝାଡ଼ା ସଫା ହୋଇଥାଏ ।

• ପାନ ଓ ଗୋଲାପ ଫୁଲକୁ ପାଣିରେ ସିଝାଇ, ସେଥିରୁ ବାହାରୁ ଥିବା ବାମ୍ଫରେ ମୁହଁ ଦେଖାଇଲେ ମାତ୍ର ଗୋଟିଏ ସପ୍ତାହ ଭିତରେ ମୁହଁ ବ୍ରଣ ଭଲ ହୋଇଯାଏ।

• ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଥାଏ, ତେବେ ପାନ ପତ୍ରକୁ ଉଷୁମ କରି ଏହାକୁ କପାଳରେ ଲଗାଇ ଏକ କପଡ଼ାରେ ଚାପି ରଖିଲେ ମୁଣ୍ଡବିନ୍ଧା ଭଲ ହୋଇଯାଏ।

• ପାନ ପତ୍ର ରସକୁ ଉଷୁମ କରି ଏହାର ରସକୁ କାନରେ ପକାଇଲେ କାନ ବିନ୍ଧାରୁ ମଧ୍ୟ ଉପଶମ ମିଳିଥାଏ।

• ପୋକରା ଦାନ୍ତରେ ଯନ୍ତ୍ରଣା ହେଉଥିଲେ, ପାନ ଡେମ୍ଫ ଏବଂ କର୍ପୂରକୁ ଏକାଠି ବାଟି ଦାନ୍ତରେ ଲଗାଇଲେ ଦାନ୍ତ ବିନ୍ଧାରୁ ଆରାମ ମିଳେ। ଏହାବ୍ୟତୀତ ପାନରେ କିଛି ଗୁଜୁରାତି, ଲବଙ୍ଗ ଓ ମହୁ ଦେଇ ଖାଇଲେ, ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ।

• ଶରୀରରେ କୌଣସି ସ୍ଥାନରେ ବଥ ହୋଇଥିଲେ, ପାନ ପତ୍ରରେ ଘିଅ ମାରି ଉଷୁମ କରି ବଥ ଉପରେ ପଟି ବାନ୍ଧିଲେ ଏହା ଫାଟିଯାଏ ଏବଂ ପୁଜ ସବୁ ବାହାରି ଯାଏ।

• ଛାତିରେ କଫ ଜମିଥିଲେ, ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories