www.samajalive.in
Sunday, December 7, 2025
15.1 C
Bhubaneswar

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ମିଜୋରମ ବିଧାନସଭା ବାଚସ୍ପତି

ଆଇଜଲ : ମିଜୋରମ ବିଧାନସଭା ବାଚସ୍ପତି ହିଫେଇ ସୋମବାର ନିଜ ପଦ ଏବଂ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ମିଜୋରମ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୨୩ ଦିନ ବାକିଥିବା ବେଳେ ଏହା ପୂର୍ବରୁ ହିଫେଇ ନିଜ ପଦ ଓ କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି।
ହିଫେଇ କଂଗ୍ରେସ ଟିକେଟରୁ ୭ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସୋମବାର ସେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ୫ ମଧ୍ୟରେ ହିଫେଇଙ୍କୁ ମିଶାଇ ୫ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
ଗୁଆହାଟିଠାରେ ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଇଡିଏ) ଆବାହକ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ମିଜୋରମ ରାଜଧାନୀ ଆଇଜଲଠାରେ ୮୧ ବର୍ଷିୟ ବରିଷ୍ଠ ରାଜନେତା ହିଫେଇ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏହାଦ୍ୱାରା ବିଜେପି ସଂଗଠନ ଦୃଢ ହେବ।
ପ୍ରକାଶଯୋଗ୍ୟ ଯେ ଉତ୍ତର-ପୂର୍ବରେ ମିଜୋରମ ଏକମାତ୍ର କଂଗ୍ରେସ ଶାସିତ ରାଜ୍ୟ। ନଭେମ୍ବର ୨୮ରେ ମିଜୋରମର ୪୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
ପୂର୍ବରୁ କଂଗ୍ରେସ ହିଫେଇଙ୍କୁ ପାଲାକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା। ହିଫେଇ ବିଜେପିରେ ଯୋଗଦେବା ପରେ ତାଙ୍କ ସ୍ଥାନରେ କଂଗ୍ରେସ ସାଧାରଣ ସମ୍ପାଦକ କେଟି ରୋକ୍‍ହାୱଙ୍କୁ ସେହି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories