www.samajalive.in
Sunday, December 14, 2025
23.1 C
Bhubaneswar

ଧାମରାରେ ଶିଳ୍ପ ପାର୍କ ପାଇଁ ପ୍ରଥମ ଜନଶୁଣାଣି

ଧାମରା: ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ମନୋଜ ପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତରଫରୁ ପ୍ରଫୁଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଧାମରାରେ ହେବାକୁ ଥିବା ଶିଳ୍ପ ପାର୍କ ପାଇଁ ଜାଗୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ ମୌଜାର ୪୨ଏକର ବେସରକାରୀ ଜମି ସାମିଲ ହେବାର ଅଛି। ଏହି ଜମିର ମାଲିକାନାସତ୍ୱ ଥିବା ୩୦ଜଣଙ୍କ ମଧ୍ୟରୁ ୨୮ଜଣ ଉପସ୍ଥିତ ଥିଲେ। ଉପସ୍ଥିତ ରହିଥିବା ସମସ୍ତ ଜମିର ମାଲିକମାନେ ଧାମରାରେ ହେବାକୁ ଯାଉଥିବା ଶିଳ୍ପ ପାର୍କରେ ସରକାରଙ୍କ ସହ ସାମିଲ ହୋଇ ପାରିଥିବାରୁ ସେମାନେ ସରକାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ଧାମରା ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଧାମରା ଜମିହରା ଏବଂ ଅଂଚଳବାସୀଙ୍କ ନିମନ୍ତେ ଆୟ ନିମନ୍ତେ ସ୍ୱତନ୍ତ୍ର ସହାୟତା, ଅତିରିକ୍ତ ଜୀବନ ଜୀବିକା କ୍ଷେତ୍ର ପ୍ରସ୍ତୁତି, ଅଂଚଳର ଜଳ ସେଚନ ବ୍ୟବସ୍ଥାର ଉନ୍ନତିକରଣ, କୃଷି ଜାତ ସାମଗ୍ରୀର ଉତ୍ପାଦନ ଏବଂ ବଜାରୀକରଣ, ନିରବଛିନ୍ନ ଆୟ ନିମନ୍ତେ ନିଯୁକ୍ତି ସୁଯୋଗ, କର୍ମ ନିଯୁକ୍ତି ଯୋଗାଣ ଅଭିମୁଖି ତାଲିମ କେନ୍ଦ୍ର, କ୍ଷତିଭରଣା ବନୀକରଣ, ପ୍ରଭାବିତ ପରିବାରଙ୍କ ପାଇଁ ସ୍ଥାନୀୟ ପୁନଃ ଥଇଥାନ ବ୍ୟବସ୍ଥା, ଉଚ୍ଚ ମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ବୋଲି ଅଂଚଳବାସୀ ନିଜ ନିଜର ଦାବୀ ରଖିଥିଲେ। ଏଥିସହ ଆଗାମୀ ଦିନରେ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ପରିବେଶକୁ ଗୁରୁତ୍ୱର ସହ ବିଚାର କରିବାକୁ ମଧ୍ୟ ଦାବୀ ରଖିଥିଲେ।

ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନ, ଅଂଚଳବାସୀ ଏହି ଜନ ଶୁଣାଣିକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଆଜିର ଏହି ଜନଶୁଣାଣିର ସଂପୂର୍ଣ୍ଣ ଭିଡିଓ ଉତ୍ତୋଳନ ହୋଇଥିବା ବେଳେ ଏହାର ସମସ୍ତ ପ୍ରମାଣ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ପଠାଯିବ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ଏହି ଶିବିରକୁ ସ୍ୱତନ୍ତ୍ର ଭୂମି ଅର୍ଜନର ସହକାରୀ ହେମନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଚାନ୍ଦବାଲି ତହସିଲର ପୂର୍ବତନ ସୁପରଭାଇଜର ଦାଶରଥି ଦାସ ପରିଚାଳନାରେ ସହଯୋଗ କରିଥିଲେ। ଧାମରା ୫ନଂ ଜୋନର ଜିଲ୍ଲାପରିଷଦ ବଳଭଦ୍ର ଲେଙ୍କା ସଭାପତିତ୍ୱ, ଜାଗୁଳା ପଂଚାୟତର ସରପଞ୍ଚ ସୁରେଶ ସେଠୀ, ସମିତି ସଭ୍ୟା ସଂଯୁକ୍ତା ଦାସ ପ୍ରମୁଖ ମଞ୍ଚାସୀନ ଥିବା ବେଳେ କୋର କମିଟି ପକ୍ଷରୁ ପ୍ରମୋଦ ନାୟକ, ସୁରେଶ ମାହୁନ୍ତ, ଉମେଶ ମହାକୁଡ, ସୋନୁ ଲେଙ୍କା, ପରିକ୍ଷୀତ ଦାସ, ତାରାକାନ୍ତ ସେଠୀଙ୍କ ସମେତ ବହୁ ଅଂଚଳବାସୀ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ବାଂଶଡା ଥାନାଧିକାରୀ ବଲ୍ଲଭ ସାହୁ, ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, କରଞ୍ଜଆଡିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ। ଧାମରା ରାଜସ୍ୱ ନୀରିକ୍ଷକ ତୁଷାର ରଞ୍ଜନ ଦାଶ ମହାପାତ୍ର, କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୁ ଦାସ ଏବଂ ଭଦ୍ରକ ଜିଲ୍ଲା ଅଫିସରୁ ବହୁ କର୍ମକର୍ତ୍ତା ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟର ବହୁ କର୍ମକର୍ତ୍ତା ରହି ଏହି ଶିବିର ପରିଚାଳନା କରିବାରେ ସାହାଯ୍ୟ ଏବଂ ସହଯୋଗ କରିଥିଲେ।

- Advertisement -

 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories