www.samajalive.in
Monday, December 8, 2025
13.1 C
Bhubaneswar

କଳାହାଣ୍ଡି: ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ତଦନ୍ତ ପାଇଁ ଯାଇଥିବା ପୁଲିସକୁ ଅଟକ ରଖିଲେ ଗ୍ରାମବାସୀ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ତେନ୍ତୁଳିକୁପା ଗାଁର ସୁଦାମ ଭୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ବୁଧବାର ସେହି ଗାଁକୁ ତଦନ୍ତ କରିବାକୁ ଯାଇଥିବା ପୁଲିସକୁ ଗ୍ରାମବାସୀ ଅଟକ ରଖିଛନ୍ତି। ପୁଲିସ ହତ୍ୟା କରି ଗଛରେ ଝୁଲାଇଥିବା ଅଭିଯୋଗ କରି ପୁଲିସକୁ ଗ୍ରାମବାସୀ ଅଟକ ରଖିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ମତେ, ଗତ କିଛି ଦିନ ତଳେ ରିଷିଡା ଫାଣ୍ଡି ପୁଲିସ ଏକ ଚୋରି ଘଟଣାରେ ସୁଦାମକୁ ଘରୁ ଉଠାଇ ଆଣିଥିଲା। ଅଟକ ରଖି ପଚରାଉଚରା କରିଥିଲା। ହେଲେ ଏ ନେଇ ସୁଦାମର ବାପା ଫାଣ୍ଡି ଅଧିକାରୀ କ୍ଷୀର ସିନ୍ଧୁ ମାଝୀଙ୍କୁ ପୁଅ ସମ୍ପର୍କରେ ପଚାରିବାରୁ ତାକୁ ଆମେ ଫାଣ୍ଡିରୁ ଛାଡ଼ି ଦେଇଛୁ ବୋଲି କହିଥିଲେ। ପରେ ବାପା ଫେରି ଆସିଥିଲେ। ହେଲେ ପୁଅ ସୁଦାମ ଘରକୁ ଫେରି ନ ଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ଜଙ୍ଗଲରେ ମଙ୍ଗଳବାର ସନ୍ଧ୍ୟାରେ ଗଛରେ ଝୁଲନ୍ତା ଅବସ୍ଥାରେ ସୁଦାମଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ମ.ରାମପୁର ଥାନାକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ଆଜି ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ନେତୃତ୍ୱରେ ସଦଳବଳେ ପୁଲିସ ଗାଁକୁ ତଦନ୍ତ ପାଇଁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ କ୍ଷୀର ସିନ୍ଧୁ ମାଝୀ ସୁଦାମ ଭୋଇକୁ ମାଡ ମାରି ହତ୍ୟା କରି ଗଛରେ ଝୁଲାଇଥିବା ଅଭିଯୋଗ କରି ପରିବାର ଲୋକେ ଓ ଗ୍ରାମବାସୀ ପୁଲିସକୁ ଅଟକ ରଖିଥିଲେ। ଅନ୍ୟପଟେ ଉପସ୍ଥିତ ଉତ୍ୟକ୍ତ ଲୋକଙ୍କୁ ଦେଖି ଫାଣ୍ଡି ଅଧିକାରୀ କ୍ଷୀର ସିନ୍ଧୁ ମାଝୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା। ଫାଣ୍ଡି ଅଧିକାରୀ ହତ୍ୟା କରିଛନ୍ତି ଓ ତାଙ୍କୁ ଘଟଣାସ୍ଥଳକୁ ଆସିବାକୁ ଜିଦ୍ ଧରିଥିଲେ ଗ୍ରାମବାସୀ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଉପରିସ୍ଥ ଅଧିକାରୀଙ୍କ ସହ କଥା ହୋଇ ଏହି ଘଟଣାରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଟକ ଥିବା ପୁଲିସକୁ ଗ୍ରାମବାସୀ ଛାଡିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories