www.samajalive.in
Saturday, December 6, 2025
16.1 C
Bhubaneswar

ନାବାଳିକା ଅସଦାଚରଣ ଅଭିଯୁକ୍ତକୁ ୪ବର୍ଷ ଜେଲ 

କେନ୍ଦୁଝରଗଡ଼ : ଜଣେ ୧୫ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୁକ୍ତକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝରଙ୍କ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମର ଜଣେ ୧୫ବର୍ଷୀୟା ନାବାଳିକା ୭ ନଭେମ୍ବର ୨୦୧୮ ସନ୍ଧ୍ୟା ପ୍ରାୟ ୭ଟା ୩୦ମି.ରେ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ପଡୋଶୀ ଅଜୟ ନାଏକ ଅସଦାଚରଣ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝର ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଅଜୟ ନାଏକକୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଓ ୨ହଜାର ଟଙ୍କା ଜୋରିମାନା ଆଦେଶ କରିଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୪ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories