ଆସନ୍ତା ତିନିଦିନ ରାଜ୍ୟରେ ବଢିପାରେ ତାପମାତ୍ରା – ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଭୁବନେଶ୍ୱର – ଦକ୍ଷିଣ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳରେ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ସହ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ତାପମାତ୍ରା ବୃଦ୍ଧି ପାଇବ । ମେ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜ ମହାପାତ୍ର ସୂଚନା ଦେଇଛନ୍ତି ।
ଏହାର ପ୍ରଭାବରେ ଦେଶର ଅନେକାଂଶରେ ପାଗ ପରିବର୍ତ୍ତନ ହୋଇ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ଜଣା ପଡି ନାହିଁ । ମାତ୍ର ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ମେ ମାସରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.