www.samajalive.in
Sunday, December 14, 2025
26.1 C
Bhubaneswar

ବକ୍ସ ଅଫିସରେ କମାଲ୍‌ କରୁଛି ‘ପୋନ୍ନିୟିନ୍‌ ସେଲ୍‌ଭନ୍‌-୨’

ମୁମ୍ବଇ: ମଣିରତ୍ନମ୍‌ଙ୍କ ଐତିହାସିକ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲ୍‌ଭନ୍‌-୨’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରଥମ ଦିନରେ ଜବରଦସ୍ତ ଆୟ କରିଥିବା ଏହି ଫିଲ୍ମ ମୁକ୍ତିଲାଭର ଦ୍ବିତୀୟ ଦିନରେ ମଧ୍ୟ ନିଜ ଯାଦୁ ବଜାୟ ରଖିଛି। ‘ପୋନ୍ନିୟିନ୍‌ ସେଲ୍‌ଭନ୍‌-୧’ ଭଳି ଏହାର ଦ୍ବିତୀୟ ଭାଗକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳୁଛି। ଐଶ୍ବର୍ଯ୍ୟା ରାୟ, ଚିୟାନ ବିକ୍ରମ ଓ କାର୍ଥୀ ଅଭିନୀତ ‘ପିଏସ୍‌-୨’ର ଦୁଇ ଦିନର ଆୟକୁ ଦେଖିଲେ ଜଣାପଡ଼ୁଛି ଆଗକୁ ଏହି ଚଳଚ୍ଚିତ୍ର ଅନେକ ରେକର୍ଡ଼ ଭାଙ୍ଗିପାରେ। ‘ପିଏସ୍‌-୨’କୁ ତାମିଲ, ତେଲୁଗୁ, ମାଲାୟାଲମ୍‌, କନ୍ନଡ଼ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରାଯାଇଛି।

‘ପୋନ୍ନିୟିନ୍‌ ସେଲ୍‌ଭନ୍‌-୨’ ଭାରତୀୟ ବକ୍ସ ଅଫିସରେ ପ୍ରଥମ ଦିନରେ ୨୪ କୋଟି ଟଙ୍କା ଆୟ କରିଥିଲା। ଏହା ପ୍ରଥମ ଦିନରେ ତାମିଲ ଭାଷାରେ ୧୮.୫୨କୋଟି, ହିନ୍ଦୀରେ ୧.୭କୋଟି, ମାଲାୟାଲମ୍‌ ଭାଷାରେ ୧.୩୫କୋଟି, ତେଲୁଗୁ ଭାଷାରେ ୨.୪ ଏବଂ କନ୍ନଡ଼ରେ ୦.୦୩କୋଟି ଟଙ୍କାର ବ୍ୟବସାୟ କରିଥିଲା। ରିପୋର୍ଟ ମୁତାବକ, ଦ୍ବିତୀୟ ଦିନରେ ମଧ୍ୟ ଫିଲ୍ମ ପ୍ରାୟ ୨୪ କୋଟି ଟଙ୍କା ଆୟ କରିଛି। ଅର୍ଥାତ୍‌ ୨ ଦିନରେ ହିଁ ‘ପିଏସ୍‌-୨’ର ଆୟ ୫୦ କୋଟି ପାଖାପାଖି ପହଞ୍ଚି ଯାଇଛି।

- Advertisement -

ଏକାଧିତ ତାରକା ଅଭିନୀତ ଏହି ଚଳଚ୍ଚିତ୍ରରେ ଐଶ୍ବର୍ଯ୍ୟ ରାୟ ଓ ଚିୟାନ ବିକ୍ରମଙ୍କ ସହ ତୃଷା କୃଷ୍ଣନ୍‌, ଜୟମ ରବି, ଐଶ୍ବର୍ଯ୍ୟା ଲକ୍ଷ୍ମୀ, ଶୋଭିତା ଧୂଲିପାଲା, ଆର ସରଥକୁମାର, ବିକ୍ରମ ପ୍ରଭୁ, ଜୟରାମ ଓ ପ୍ରକାଶ ରାଜଙ୍କ ସମେତ ଅନେକ ନାମୀଦାମୀ କଳାକାର ଏଥିରେ ଅଭିନୟ କରିଛନ୍ତି।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories