www.samajalive.in
Saturday, December 13, 2025
26.1 C
Bhubaneswar

ତାଳପଦର ଟିକ୍ରାରେ ବାଲ୍ୟବିବାହ ସଚେତନତା ରାଲି

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତର ତାଳପଦର୍ ଟିକ୍ରାଠାରେ ସ୍ଥାନୀୟ ସରପଞ୍ଚ ତ୍ରିନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ଓ ବାଳ ଶ୍ରମିକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ବାଲ୍ୟ ବିବାହ ବା କମ ବୟସରେ ବିବାହ କରିବା ସମାଜ ପାଇଁ କେତେ କ୍ଷତିକାରକ ତାହା ବୁଝାଇଥିଲେ। ଏହା ବ୍ୟତୀତ ମା ବାପାଙ୍କ ଦାୟିତ୍ଵ, ଝିଅ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା, ସେମାନଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବାର ଆଗ୍ରହ ଓ ସୁଯୋଗ ସୃଷ୍ଟି କରି ତାଙ୍କୁ ସ୍ବାବଲମ୍ବୀ କରିବା ଏ ସବୁ ଉପରେ ପ୍ରାଞ୍ଜଳ ଭାବରେ ଲୋକଙ୍କୁ ବୁଝାଇଥିଲେ। ଏହି ସଚେତନତା ରାଲିରେ ଅଞ୍ଚଳର ମହିଳା ମାନେ, ଅବିବାହିତ ଝିଅ, ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସହାୟିକା, ବାଳ ଶ୍ରମିକ ନିରୋଧ କମିଟିର ସଦସ୍ୟ, ସୂପରଭାଇଜର ମିନତି ନାୟକ ଏହି ରାଲି ରେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories