www.samajalive.in
Saturday, December 13, 2025
26.1 C
Bhubaneswar

ଚୌଦ୍ୱାରରେ ଶନିଯାତ୍ରା, ଶ୍ରଦ୍ଧାଳୁଙ୍କ ଜଳାଭିଷେକ

ଚୌଦ୍ୱାର: ଗ୍ରହରାଜ ଶନି ଦେବଙ୍କ ଜନ୍ମ ଦିନ ଅବସରରେ ଚୌଦ୍ୱାର ସହରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ବିଭିନ୍ନ ଶନି ମନ୍ଦିରରେ ଶନିଯାତ୍ରା ଓ ଜଳାଭିଷେକ ସମାରୋହରେ ଅନୁଷ୍ଠିତ ହୋଇଛି। ପୌରପାଳିକା ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ବେଉରା ସାହିସ୍ଥିତ ବୁଢ଼ା ଶନି ପୀଠରେ ଭକ୍ତମାନେ ଜଳଲାଗି, ଦୀପଦାନ ଓ ଭୋଗ ଲାଗି କରିଥିଲେ।

ପୀଠରେ ସାରାଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ନାମ ସଂକୀର୍ତ୍ତନ ଓ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

- Advertisement -

କପାଳେଶ୍ୱର ଶନି ମନ୍ଦିର,ଚୌଦ୍ୱାର ଯାତ୍ରା ପଡ଼ିଆ ନିକଟ ଶନି ମନ୍ଦିର, ୧୭ ନମ୍ବର ୱାର୍ଡ଼ ନୂଆସାହି ଶନି ମନ୍ଦିର, ନଖରା ପଞ୍ଚାୟତ ଚାଞ୍ଚୋ ଗ୍ରାମର ଶନିମନ୍ଦିର,ଆଗ୍ରାହାଟ ଶନିଦେବ ମନ୍ଦିର,ଶାଳଗାଁ ପଞ୍ଚାୟତ ନୂଆଗାଁ ଓ କୟଳପଡ଼ା ଡିହସାହି ଶନି ମନ୍ଦିର ଆଦିରେ ରୀତିନୀତିରେ ପୂଜାର୍ଚ୍ଚନା ଓ ମେଳା ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories