www.samajalive.in
Monday, December 8, 2025
13.1 C
Bhubaneswar

ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ନିକଟ ପପୁଲୁର ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣା ପଡିଛି। ମୃତକଙ୍କ ମାଓବାଦୀ କାଲିମେଳା ଦଳମର ବୋଲି ଜଣାପଡିଛି। ଏଥିରେ କାଲିମେଳା ଦଳମର ନେତା ରଣଦେବ ଖସି ପଳାଇଥିବା ସୂଚନା ମିଳିଛି। ଗୁଳି ବିନିମୟରେ ମାଓ କ୍ୟାମ୍ପ ସମେତ ଅନେକ ମାଓ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ଏହାସହ ଘଟଣାସ୍ଥଳରୁ ୪ଟି ବନ୍ଧୁକ, କାର୍ବାଇନ୍, ୨ଟି ଏସଏଲଆର ଓ ଗୋଟିଏ ଇନସାସ୍ ରାଇଫଲ୍ ଜବତ ହୋଇଛି। ବର୍ତମାନ ମଧ୍ୟ ପପଲୁର ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ଏଡ଼ିଜି ଅପରେସନ୍ ଆରପି କୋଚେ ସୂଚନା ଦେଇଛନ୍ତି । ଜଙ୍ଗଲରେ କୁମ୍ବିଂ ଅପରେସନକୁ ମଧ୍ୟ ଜୋରଦାର୍ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ପପୁଲୁର ଜଙ୍ଗଲ ମଧ୍ୟରେ ମାଓ କ୍ୟାମ୍ପ ଥିବାର ସୂଚନା ପାଇ ରବିବାର ରାତିରେ ପୁଲିସ ଚଢଉ କରିଥିଲା। ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୫ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ଏସଏଲଆର, ଇନସାସ ରାଇଫଲ ଓ ଥ୍ରି ନଟ ଥ୍ରି ରାଇଫଲ ଜବତ ହୋଇଛି ସୀମାନ୍ତରେ ବିଏସଏଫ ଓ ଏସଓଜିଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ଗୁଳି ବିନିମୟ ସହ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ଓଡିଶା ପୁଲିସକୁ ଏକ ବଡ ସଫଳତା ମିଳିଛି ବୋଲି ପୁଲିସ ଡିଜିପି ଆର.ପି.ଶର୍ମା କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories