www.samajalive.in
Sunday, December 14, 2025
26.1 C
Bhubaneswar

ଗୋଲ୍‍ଡକୋଷ୍ଟରେ ପହଞ୍ଚିଲେ ଅର୍ଦ୍ଧାଧିକ ଭାରତୀୟ ପ୍ରତିଯୋଗୀ

ଗୋଲ୍‍ଡକୋଷ୍ଟ : ବୁଧବାର ଅଷ୍ଟ୍ରେଲିଆର ଗୋଲ୍‍ଡକୋଷ୍ଟରେ ପହଞ୍ଚିଛନ୍ତି ପାଖାପାଖି ୨୦୦ ଭାରତୀୟ ପ୍ରତିଯୋଗୀ ଓ ଅଫିସିଆଲ। ପୂର୍ବରୁ କିଛି ଦୌଡ଼କୁଦ ପ୍ରତିଯୋଗୀ ଗୋଲ୍‍ଡକୋଷ୍ଟରେ ପହଞ୍ଚି ସାରିଥିବା ବେଳେ ବୁଧବାର ସର୍ବାଧିକ ଭାରତୀୟ ଏଠାରେ ପହଞ୍ଚିଛନ୍ତି। ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଗୋଲ୍‍ଡକୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେଉଛି। ବୁଧବାର ପହଞ୍ଚିଥିବା କ୍ରୀଡ଼ାବିତ୍‍ଙ୍କ ମଧ୍ୟରେ ପ୍ରମୁଖ କ୍ରୀଡ଼ାବିତ୍‍ ଆଥ୍‍ଲେଟିକ୍ସ, ବକ୍ସିଂ, ହକି, ବାସ୍କେଟବଲ୍‍, ଲନ୍‍ ବୋଲିଂ ଓ ସୁଟିଂର। ବୁଧବାର ସକାଳୁ ଭାରତୀୟ କ୍ରୀଡ଼ାବିତ୍‍ ଗୋଲ୍‍ଡକୋଷ୍ଟରେ ପହଞ୍ଚିବା ପରେ ସିଧା କ୍ରୀଡ଼ାଗ୍ରାମକୁ ଯାଇଥିଲେ। ପରେ ସେମାନଙ୍କ ମଧ୍ୟରୁ କିଛି କ୍ରୀଡ଼ାବିତ୍‍ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଯାଇଥିଲେ। ଅଷ୍ଟ୍ରେଲିଆର ବାତାବରଣ ସହ ନିଜକୁ ଖାପ୍‍ ଖୁଆଇବା ଲାଗି ଏହି କ୍ରୀଡ଼ାବିତ୍‍ ବହୁ ପୂର୍ବରୁ ଗୋଲ୍‍ଡକୋଷ୍ଟ ଯାଇଛନ୍ତି। ପୁଣି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଚିଫ୍‍-ଡି-ମିଶନ୍‍ ବିକ୍ରମ ସିଂହ ସିସୋଦିଆ ଏବଂ ଦଳର ମ୍ୟାନେଜର ନାମଦେବ, ଅଜୟ ନାରଙ୍ଗ ଓ ସିୟାଦ୍‍ କ୍ରୀଡ଼ାଗ୍ରାମରେ ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ର କାର୍ଯ୍ୟାଳୟ ଖୋଲିଛନ୍ତି। ଏହି କାର୍ଯ୍ୟାଳୟ ଜରିଆରେ ଭାରତୀୟ କ୍ରୀଡ଼ାବିତ୍‍ ସମସ୍ତ ସୂଚନା ପାଇପାରିବେ। ଏଣେ ଭାରତରେ ରହି ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ର ସଭାପତି ନରିନ୍ଦର ବାତ୍ରା ଓ ମହାସମ୍ପାଦକ ରାଜୀବ ମେହେଟ୍ଟା ଗୋଲ୍‍ଡକୋଷ୍ଟରେ ଥିବା ସିସୋଦିଆଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଭାରତୀୟ କ୍ରୀଡ଼ାବିତ୍‍ ଯେପରି ଅସୁବିଧା ନ ଭୋଗନ୍ତି; ତାହା ନିଶ୍ଚିତ କରିବାକୁ ଚାହାନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories