www.samajalive.in
Sunday, December 14, 2025
14.1 C
Bhubaneswar

ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୁଧବାର ସୁନା ଅଳଙ୍କାର ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଆଣି ଆସୁଥିବା ଦୁଇ ଭାରତୀୟଙ୍କଠାରୁ ୩ଟି ସୁନା ଖଣ୍ଡ ଏବଂ ୧୪୩ଟି ରିଙ୍ଗ ଜବତ ହୋଇଛି। ଜବତ ଅଳଙ୍କାରର ଓଜନ ୩୭୮.୩୭୦ ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୨,୦୧,୩୨୩ ଟଙ୍କା ହେବ। ଦୁଇ ଭାରତୀୟଙ୍କ ଘର ମହାରାଷ୍ଟ୍ରର ଥାନେରେ।
ବିମାନବନ୍ଦରରେ ଥିବା ସୀମାଶୁଳ୍କ ବିଭାଗ ଶାଖା ଅଧିକାରୀମାନେ ଗୁଇନ୍ଦା ତଥ୍ୟକୁ ଆଧାର କରି ଗତକାଲି ରାତିରେ ବ୍ୟାଙ୍କକ୍‌ରୁ କୁଆଲାଲୁମ୍ପୁର ଦେଇ ଏଠାରେ ପହଞ୍ଚିଥିବା ଏୟାର ଏସିଆ ବିମାନର ଦୁଇ ସନ୍ଦିଗ୍ଧ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ସେମାନଙ୍କଠାରୁ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ବିମାନବନ୍ଦର ସୀମା ଶୁଳ୍କ ସହକାରୀ କମିଶନର ଆର୍‌ ପି ଏସ୍‌ ରାଜୱାର କହିଛନ୍ତି। ଦୁଇ ଯାତ୍ରୀ ବିଦେଶରେ ତିଆରି ଜିନ୍‌ ସାର୍ଟ ଓ ପ୍ୟାଣ୍ଟ୍‌ ବଟମ୍‌ରେ ଲୁଚାଇ ଏସବୁ ସୁନା ଅଳଙ୍କାରକୁ ଭାରତକୁ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନଙ୍କର ବ୍ୟାଗ୍‌କୁ ଯାଞ୍ଚ କରାଯିବା ବେଳେ ଏସବୁ ସୁନା ରିଙ୍ଗ ସହିତ ୩ଟି ସୁନା ଖଣ୍ଡ ମିଳିଥିଲା।
ଏହାପୂର୍ବରୁ ୩ ଥର ସୀମା ଶୁଳ୍କ ବିଭାଗ ଏବଂ ରାଜସ୍ୱ ନିର୍ଦେଶାଳୟ ବିଜୁପଟ୍ଟନାୟକ ବିମାବନ୍ଦରରୁ ଚୋରା ସୁନା ଅଳଙ୍କାର ଚାଲାଣକାରୀଙ୍କୁ ଠାବ କରିଥିଲେ। ୨୦୧୭ ନଭେମ୍ବର ୧୪ରେ କୁଆଲାଲୁମ୍ପରୁ ଜଣେ ବ୍ୟକ୍ତି ସ୍କ୍ରୁ-ଡ୍ରାଇଭର ଭିତରେ ଭର୍ତ୍ତି କରି ୬୬୧.୫ ଗ୍ରାମର ସୁନା ୩୪ ଖଣ୍ଡ ଧରି ଭୁବନେଶ୍ୱର ଆସୁଥିଲେ। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିଲା। ସେହିପରି ମାର୍ଚ୍ଚ ୬ ତାରିଖରେ କୁଆଲାଲୁମ୍ପୁରରୁ ଆସୁଥିବା ଏୟାର ଏସିଆର ବିମାନରେ ଜଣେ ଯାତ୍ରୀ ୫ ଖଣ୍ଡ ସୁନା ବିସ୍କୁଟ୍‌କୁ ଯାତ୍ରୀ ଜଣକ ନିଜ ଶରୀର ଭିତରେ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ। ୬୦୦ ଗ୍ରାମ ଓଜନର ଏହି ସୁନା ବିସ୍କୁଟ୍‌ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା। ଗତ ୧୦ ତାରିଖରେ ବ୍ୟାଙ୍କକ୍‌ରୁ ପ୍ରଥମ ଥର ଆସୁଥିବା ୪ ଜଣ ଯାତ୍ରୀଙ୍କଠାରୁ ବିଦେଶୀ ମୁଦ୍ରା ସହିତ ଚୋରା ସୁନାରେ ତିଆରି ଚେନ୍‌, ମୁଦି ଓ ଡେଉଁରିଆ ଆଦି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ଥିଲା। ପୁନର୍ବାର ବ୍ୟାଙ୍କକ୍‌ରୁ ଏହି ସୁନା ଚୋରା ଅଳଙ୍କାର ଚାଲାଣ ବେଳେ ଧରାପଡିଛି। ୪ ଥରରେ ୭୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇସାରିଲାଣି ବୋଲି ଆକଳନ କରାଯାଇଛି।
ଭୁବନେଶ୍ୱର, ୨୮ା୩ (ନି.ପ୍ର): ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୁଧବାର ସୁନା ଅଳଙ୍କାର ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଆଣି ଆସୁଥିବା ଦୁଇ ଭାରତୀୟଙ୍କଠାରୁ ୩ଟି ସୁନା ଖଣ୍ଡ ଏବଂ ୧୪୩ଟି ରିଙ୍ଗ ଜବତ ହୋଇଛି। ଜବତ ଅଳଙ୍କାରର ଓଜନ ୩୭୮.୩୭୦ ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୨,୦୧,୩୨୩ ଟଙ୍କା ହେବ। ଦୁଇ ଭାରତୀୟଙ୍କ ଘର ମହାରାଷ୍ଟ୍ରର ଥାନେରେ।
ବିମାନବନ୍ଦରରେ ଥିବା ସୀମାଶୁଳ୍କ ବିଭାଗ ଶାଖା ଅଧିକାରୀମାନେ ଗୁଇନ୍ଦା ତଥ୍ୟକୁ ଆଧାର କରି ଗତକାଲି ରାତିରେ ବ୍ୟାଙ୍କକ୍‌ରୁ କୁଆଲାଲୁମ୍ପୁର ଦେଇ ଏଠାରେ ପହଞ୍ଚିଥିବା ଏୟାର ଏସିଆ ବିମାନର ଦୁଇ ସନ୍ଦିଗ୍ଧ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ସେମାନଙ୍କଠାରୁ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ବିମାନବନ୍ଦର ସୀମା ଶୁଳ୍କ ସହକାରୀ କମିଶନର ଆର୍‌ ପି ଏସ୍‌ ରାଜୱାର କହିଛନ୍ତି। ଦୁଇ ଯାତ୍ରୀ ବିଦେଶରେ ତିଆରି ଜିନ୍‌ ସାର୍ଟ ଓ ପ୍ୟାଣ୍ଟ୍‌ ବଟମ୍‌ରେ ଲୁଚାଇ ଏସବୁ ସୁନା ଅଳଙ୍କାରକୁ ଭାରତକୁ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନଙ୍କର ବ୍ୟାଗ୍‌କୁ ଯାଞ୍ଚ କରାଯିବା ବେଳେ ଏସବୁ ସୁନା ରିଙ୍ଗ ସହିତ ୩ଟି ସୁନା ଖଣ୍ଡ ମିଳିଥିଲା।
ଏହାପୂର୍ବରୁ ୩ ଥର ସୀମା ଶୁଳ୍କ ବିଭାଗ ଏବଂ ରାଜସ୍ୱ ନିର୍ଦେଶାଳୟ ବିଜୁପଟ୍ଟନାୟକ ବିମାବନ୍ଦରରୁ ଚୋରା ସୁନା ଅଳଙ୍କାର ଚାଲାଣକାରୀଙ୍କୁ ଠାବ କରିଥିଲେ। ୨୦୧୭ ନଭେମ୍ବର ୧୪ରେ କୁଆଲାଲୁମ୍ପରୁ ଜଣେ ବ୍ୟକ୍ତି ସ୍କ୍ରୁ-ଡ୍ରାଇଭର ଭିତରେ ଭର୍ତ୍ତି କରି ୬୬୧.୫ ଗ୍ରାମର ସୁନା ୩୪ ଖଣ୍ଡ ଧରି ଭୁବନେଶ୍ୱର ଆସୁଥିଲେ। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିଲା। ସେହିପରି ମାର୍ଚ୍ଚ ୬ ତାରିଖରେ କୁଆଲାଲୁମ୍ପୁରରୁ ଆସୁଥିବା ଏୟାର ଏସିଆର ବିମାନରେ ଜଣେ ଯାତ୍ରୀ ୫ ଖଣ୍ଡ ସୁନା ବିସ୍କୁଟ୍‌କୁ ଯାତ୍ରୀ ଜଣକ ନିଜ ଶରୀର ଭିତରେ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ। ୬୦୦ ଗ୍ରାମ ଓଜନର ଏହି ସୁନା ବିସ୍କୁଟ୍‌ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା। ଗତ ୧୦ ତାରିଖରେ ବ୍ୟାଙ୍କକ୍‌ରୁ ପ୍ରଥମ ଥର ଆସୁଥିବା ୪ ଜଣ ଯାତ୍ରୀଙ୍କଠାରୁ ବିଦେଶୀ ମୁଦ୍ରା ସହିତ ଚୋରା ସୁନାରେ ତିଆରି ଚେନ୍‌, ମୁଦି ଓ ଡେଉଁରିଆ ଆଦି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ଥିଲା। ପୁନର୍ବାର ବ୍ୟାଙ୍କକ୍‌ରୁ ଏହି ସୁନା ଚୋରା ଅଳଙ୍କାର ଚାଲାଣ ବେଳେ ଧରାପଡିଛି। ୪ ଥରରେ ୭୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇସାରିଲାଣି ବୋଲି ଆକଳନ କରାଯାଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories