www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍ତୁ : ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ

ବାସ୍ତୁ ଅନୁଯାୟୀ, ଯେଉଁ ପାତ୍ରରେ କ୍ଷୀର ରଖିଛନ୍ତି ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ। କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। କ୍ଷୀରକୁ ଖୋଲା ରଖୁଥିଲେ,ଘରେ ତଥା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ମାନସିକ ଦୁୁଶ୍ଚିନ୍ତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

ଘରର ଛାତ ଉପରେ କଦାପି ଖାଲି ମାଠିଆ,ପୁରୁଣା ଜିନିଷ, ଖରାପ ହୋଇ ଯାଇଥିବା ଜିନିଷ ଆଦି ରଖନ୍ତୁ ନାହିଁ। ବିଶେଷ କରି ଶୟନ କକ୍ଷରେ ମଧ୍ୟ କୌଣସି ଅଦରକାରୀ ଜିନିଷ ଆଦୌ ରଖନ୍ତୁ ନାହିଁ। ଏହାସହ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରକୁ ଲାଲ ରୁମାଲ ରଖନ୍ତୁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ। ଘରକୁ ସର୍ବଦା ଅନ୍ଧକାର ରଖନ୍ତୁ ନାହିଁ। ଅନ୍ଧାର ରଖିଲେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ।

- Advertisement -

ଘରର ମୁଖ୍ୟଦ୍ୱାର ସାମ୍ନାରେ ଭୁଲରେ ମଧ୍ୟ କଣ୍ଟାଜାତୟ ଗଛ ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ସାମ୍ନାରେ ଅସନା ଅପରିଷ୍କାର ଜମା ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ଅଭାବ ସହ ଜୀବନରେ ସମସ୍ୟା ଲାଗି ରହିଥାଏ।

ଘରର ମୁଖ୍ୟ ଦ୍ୱାରରେ ଶୁଭଲାଭ ପ୍ରତୀକ ଚିହ୍ନ, ଓଁ, ପ୍ରଭୁ ଗଣେଶ ଆଦି ରଖନ୍ତୁ।  ଏହାଦ୍ୱାରା ଘରେ ଖୁସିର ବାତାବରଣ ସହ ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ ଖୁସି ଭରିଯାଏ।

ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦିଏ। ଗାଈ ଓ କାଉଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ହୋଇନଥାଏ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories