www.samajalive.in
Sunday, December 14, 2025
23.1 C
Bhubaneswar

ସହିଦଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ସାକ୍ଷୀଗୋପାଳ: ଚଳିତ ମାସ ୨୦ ତାରିଖରେ ଜମ୍ମୁ-କାଶ୍ମୀର ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହି ଗ୍ରାମର ୨୮ ବର୍ଷୀୟ ଯୁବକ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଶୁଦ୍ଧିକ୍ରିୟା ନିମନ୍ତେ ସହିଦଙ୍କ ପରିବାରକୁ ବିଧାୟକ ଉମାକାନ୍ତ ସାମନ୍ତରାୟ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ଉଦ୍ୟମରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ କମର୍ସିଆଲ କମ୍ପାନୀ ଲିମିଟେଡ଼ର ସାଧାରଣ ପରିଚାଳକ(ଏଚଆର ଓ ଆଡମିନ) ଅକ୍ଷୟ ପାଲ ଓ ନିର୍ଦେଶକ(ଅର୍ଥ) ମନୋଜ ରଞ୍ଜନ ସାମଲ ପ୍ରମୁଖ ସହିଦଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ୫ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ୫ ଲକ୍ଷ ଟଙ୍କା ମଧ୍ୟରୁ ୨.୫ ଲକ୍ଷ ଟଙ୍କା ସହିଦଙ୍କ ବାପା ପ୍ରତାପ ବିଶ୍ୱାଳ, ବୋଉ ମମତା ବିଶ୍ୱାଳ ଏବଂ ସାନଭାଇ ଦେବପ୍ରସାଦ ବିଶ୍ୱାଳଙ୍କୁ ପ୍ରଦାନ କରିଛନ୍ତି। ସେହିପରି ଅବଶିଷ୍ଟ ୨.୫ ଲକ୍ଷ ଟଙ୍କା ସହିଦଙ୍କ କନ୍ୟା ନିମନ୍ତେ ତାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତାଙ୍କୁ ପ୍ରଦାନ କରିଛନ୍ତି।

ଏହି ସହାୟତା ରାଶି ପ୍ରଦାନ ଅବସରରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଯୁବ ସଭାପତି ଶରତ କୁମାର ରାଉତରାୟ, ସରପଞ୍ଚ ଦୁଃଶାସନ ପ୍ରଧାନ, ଚିନ୍ମୟ ରାଉତ, ସରସ୍ବତୀ ପ୍ରଧାନ, ସମିତି ସଭ୍ୟ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସହିତ ଗ୍ରାମବାସୀ, ଗ୍ରାମ୍ୟ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। କଳିଙ୍ଗ କମର୍ସିଆଲ କମ୍ପାନୀ ପକ୍ଷରୁ ପରିଚାଳକ(ଏଚଆର) ଅରୁନ୍ଧତ ଚୌଧୁରୀ, ଏଚଆର ଅପରାଜିତା ରାୟ, ସୁନିତା ରାଉତ, ସୁଶ୍ରୀ ସଂଗୀତା ମହାପାତ୍ର, ଶ୍ଵେତା ଦାସ ଓ ପ୍ରିୟଙ୍କା ପ୍ରମୁଖ ସହିଦଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories