www.samajalive.in
Sunday, December 14, 2025
23.1 C
Bhubaneswar

ବାଂଲାଦେଶୀ ଧୀବରଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ

ଧାମରା : ବାଂଲାଦେଶରୁ ଗତ ଅକ୍ଟୋବର ୨୦୨୨ରୁ ମାଛ ମାରିବାକୁ ଆସି ନିଜର ବୋଟ ବୁଡିଯିବା ପରେ ଭାରତୀୟ ଧୀବର ମାନଙ୍କ ଦ୍ୱାରା ଉଦ୍ଧାର ହୋଇ ଧାମରା ଏବଂ କସିଆରେ ରହିଥିବା ୧୫ଜଣ ଧୀବର ଆଜି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି। ଆଜି ସେମାନଙ୍କୁ ନେଇ ବାଂଲାଦେଶ ସୀମାନ୍ତରେ ବାଂଲାଦେଶ ପ୍ରଶାସନକୁ ଭଦ୍ରକ ଜିଲ୍ଲା ପୁଲିସ ହସ୍ତାନ୍ତରିତ କରିବେ। ପ୍ରାପ୍ତ ଖବରରୁ ଜଣାଯାଇଛି, ଗତ ଅକ୍ଟୋବର ୨୭ତାରିଖ ଦିନ ବାଂଲାଦେଶର ଏକ ବୋଟ ଗଭୀର ସମୁଦ୍ରରେ ମାଛ ମାରୁଥିବା ସମୟରେ ସେମାନଙ୍କର ଏକ ବୋଟ ସମୁଦ୍ର ଢେଉରେ ସଂପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା।
ଏହି ବୋଟରେ ଥିବା ୧୫ଜଣ ଧୀବର ଭାରତୀୟ ଜଳ ରାଶିରେ ଭାସୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଧାମରାର ଏକ ମାଛ ଧର ବୋଟ ଉଦ୍ଧାର କରିଥିବା ବେଳେ ଅନ୍ୟ ୧୦ଜଣଙ୍କୁ କସିଆ ଅଂଚଳର ଏକ ବୋଟ ଉଦ୍ଧାର କରିଥିଲା। ଦୀର୍ଘ ୬ମାସ ହେବ ଭଦ୍ରକ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ତରଫରୁ ୫ ଜଣକୁ ଧାମରା ସାମୁଦ୍ରିକ ଥାନା ଅଧିନରେ ଏବଂ ଅନ୍ୟ ୧୦ଜଣକୁ କସିଆ ସାମୁଦ୍ରିକ ଥାନା ହେପାଜତରେ ରଖା ଯାଇ ସେମାନଙ୍କର ରକ୍ଷଣାବେକ୍ଷଣ କରାଯାଇଥିଲା। ସେମାନେ ବାଂଲାଦେଶୀ ମୁସଲମାନ ସଂପ୍ରଦାୟର ବୋଲି ଜଣାଯିବା ପରେ ଏମାନଙ୍କ ବିଷୟରେ ବାଂଲାଦେଶ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା।
ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବାଂଲାଦେଶ ପ୍ରଶାସନକୁ ଦିଆଯାଇଥିବା ନାମରେ ଲିଖିତ ନାମ (ସାଙ୍ଗିଆରେ) ଏବଂ ବାଂଲାଦେଶ ପ୍ରଶାସନ ନିକଟରେ ଥିବା ନାମରେ କିଛି ଅମେଳ ହେବାରୁ ଭଦ୍ରକ ଜିଲ୍ଲାରେ ଅଟକ ଥିବା ଏହି ୧୫ଜଣ ଧୀବରଙ୍କୁ ଦୀର୍ଘ ୬ମାସ ଧାମରା ଏବଂ କସିଆ ସାମୁଦ୍ରିକ ଥାନା ଅଧିନରେ ସେମାନଙ୍କୁ ରହିବାକୁ ପଡିଲା। ପରେ ବାଂଲାଦେଶ ପ୍ରଶାସନ ଭଦ୍ରକ ଜିଲ୍ଲାରେ ଅଟକ ଥିବା ସମସ୍ତ ଧୀବରଙ୍କ ନାମ ଏବଂ ସେମାନଙ୍କ ପରିଚୟପତ୍ର ମେଳକ ଆସିବା ପରେ ବାଂଲାଦେଶ ପ୍ରଶାସନ ସେମାନଙ୍କୁ ନିଜ ରାଜ୍ୟର ଧୀବର ବୋଲି ସ୍ୱୀକାର କରିବା ସହ ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲା। ଏହି ଚିଠି ପାଇବା ପରେ ଭାରତ ସରକାର ଓଡିଶା ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ସେମାନଙ୍କୁ ଆଜି ନେଇ ବାଂଲାଦେଶ ସୀମାନ୍ତ ଅଭୁମୁଖେ ଏକ ବସ ଧାମରାରୁ ବାହାରିଛି। ସକାଳ ୯ଟା ସମୟରେ ଧାମରା ସାମୁଦ୍ରିକ ଥାନାଧିକାରୀ ତୁସୀଲ ମାଝୀଙ୍କ ନେତୃତ୍ୱରେ ୫ଜଣ ଧୀବର ଧାମରାରୁ ବାହାରିଥିବା ବେଳେ କସିଆ ସାମୁଦ୍ରିକ ଥାନା ଅଧିନରେ ଥିବା ୧୦ଜଣ ଧୀବରଙ୍କୁ ନେଇ ଭଦ୍ରକରେ ପହଂଚିବା ପରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଦ୍ରକ ମେଡିକାଲରେ ଚେକ ହୋଇଥିଲା ପରେ ସେମାନଙ୍କୁ ନେଇ ବାଂଲାଦେଶ ସୀମାନ୍ତ ଅଭିମୁଖେ ଏକ ବସ ଆଜି ଭଦ୍ରକରୁ ବାହାରିଛି। ଆସନ୍ତା କାଲି ସେମାନେ ବାଂଲାଦେଶ ସୀମାନ୍ତରେ ପହଂଚିବା ପରେ ବାଂଲାଦେଶ ପ୍ରଶାସନ ସେମାନଙ୍କୁ ଗ୍ରହଣ କରିବା ପରେ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବ।

 

- Advertisement -

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories