ଚିଟଫଣ୍ଡ ଠକେଇ ମାମଲା ; ଦୁଇ ଜଣଙ୍କୁ ଜେଲ୍
ବାଲେଶ୍ଵର : ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଦୁଇ ଜଣଙ୍କୁ ଜେଲ୍ ଦଣ୍ଡ ହୋଇଛି। । ଦଣ୍ଡ ଶୁଣେଇଲେ ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ୍ ଦାସ । ମିରାକଲ ୱାଣ୍ଡର ସେଲ୍ସ ଆଣ୍ଡ ମାର୍କେଟିଂ ଲିମିଟେଡର ନିର୍ଦ୍ଦେଶକ ମମତା ଦେ ଓ ମାର୍କେଟିଂ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାରଣାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ୫୧ ହଜାର ଟଙ୍କା ଜୋରିମାନା ,ଅନାଦେୟ ୨୩ ମାସ ଜେଲ ଦଣ୍ଡ ହୋଇଛି। ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ୯ ଲକ୍ଷ ଟଙ୍କା ଠକେଇ ମାମଲାରେ ୩୦୦/୧୫ ରେ ଏତାଲାକାରି ରତ୍ନପ୍ରଭା ଦାସ ଅଭିଯୋଗ କରିଥିଲେ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।।
Comments are closed.