www.samajalive.in
Tuesday, December 9, 2025
16.1 C
Bhubaneswar

ଆଖଣ୍ଡଳମଣିଙ୍କ ଦୀପାବଳି ନୀତିକାନ୍ତି ଚୂଡାନ୍ତ

ଆରଡି ; ଆସନ୍ତା ବୁଧବାର ଅର୍ଥାତ ୭ତାରିଖରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର ଦୀପାବଳି ନୀତିକାନ୍ତି। ଏହି ଅବସରରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତିନିର୍ଘଣ୍ଟ। ପବିତ୍ର ଦୀପାବଳି ଦିନ ଦୈନଦିନ ନୀତିନିର୍ଘ୍ୟଣ୍ଟ ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ପଞ୍ଚଉପଚାର ପୂଜା ସହ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ। ପରେ ୫ଟାରେ ପହିଲି ବାଲ୍ୟଭୋଗ ଲାଗି କରାଯିବ। ସକାଳ ୯ଟାରେ ପଅଡଖିଆ ନୀତିଭୋଗ, ୧ଟାରେ ପଞ୍ଚାନନ ବେଶ ଓ ବଡନୀତି, ଦିବା ୨ଟାରେ ଅବକାଶ(ଶୟନ) ନୀତି ଆଦି ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଭିତର ବେଢା ଓ ଗର୍ଭଗୃହ ମାର୍ଜନା କରାଯାଇ ୫ଟାରେ ବଡସିଂହାର ବେଶରେ ସଜ୍ଜିତ କରାଯିବ ମଣିବାବାଙ୍କୁ। ସନ୍ଧ୍ୟାରେ ଦୀପାବଳୀ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସହ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ସହସ୍ରାଧିକ ଦୀପ ପ୍ରଜ୍ୱଳନ କରାଯିବ। ସନ୍ଧ୍ୟା ୭ଟା ସୁଧା ଷୋଡଶ ଉପଚାର ସହ ସନ୍ଧ୍ୟା ପୂଜା ସରିବା ପରେ ୮ଟାରେ ନାଟମଣ୍ଡପ ଠାରେ ମହାଦୀପ ପ୍ରସ୍ତୁତ କରାଯାଇ ମହାଦୀପ ପ୍ରତିଷ୍ଠା, ଅଗ୍ନିସଂଯୋଗ ନିମନ୍ତେ ଏକ ଘଣ୍ଟା ଗୁପ୍ତ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ ବୋଲି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ରାତ୍ର ୯ଟାରେ ଘଣ୍ଟା, କିର୍ତ୍ତନ, ଛତ୍ରଆଲଟ ଚାମର ଦ୍ୱାରା ମହାଦୀପକୁ ସେବାୟତମାନେ ମନ୍ଦିର ପ୍ରଦକ୍ଷଣ କରାଇବା ପରେ ମନ୍ଦିର ଚୂଡାରେ ସ୍ଥାପନ କରାଇବେ ବୋଲି ସେବାୟତମାନଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ଏହି ଅବସରରେ ପୀଠରେ ଅଗଣିତ ଭକ୍ତମାନଙ୍କର ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଭିତର ବେଢା ଓ ବାହର ବେଢାରେ ବ୍ୟାପକ ପୁଲିସ ମୃତ୍ୟୟନ କରାଯିବ ବୋଲି ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories