www.samajalive.in
Sunday, December 14, 2025
26.1 C
Bhubaneswar

ବ୍ୟାଟିଂରେ ସୂର୍ଯ୍ୟଙ୍କ ଶୀର୍ଷସ୍ଥାନ ବଜାୟ

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିିସି ) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୮୧୧ ପଏଣ୍ଟ ସହ ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ନ୍ୟୁଜିଲାଣ୍ଡର ମାର୍କ ଚାମ୍ପମ୍ୟାନ ଓ ପାକିସ୍ତାନର ଇଫତିହାର ଅହମ୍ମଦ ମାନ୍ୟତାରେ ଉପରକୁ ଉନ୍ନୀତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଚାମ୍ପମ୍ୟାନ ୨୯୦ରନ କରିଥିଲେ। ଫଳରେ ସେ ବ୍ୟାଟିଂ ମାନ୍ୟତାରେ ୪୮ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୫ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ପାକିସ୍ତାନର ଇଫତିହାର ଅହମ୍ମଦ ଶେଷ ଟ୍ବେଣ୍ଟି୨୦ ମ୍ୟାଚରେ ୩୮ରନ କରିଥିଲେ। ଫଳରେ ସେ ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ମହମ୍ମଦ ରିଜ୍‌ୱାନ ଶେଷ ଟ୍ବେଣ୍ଟି୨୦ରେ ଅପରାଜିତ ୯୮ରନ କରିଥିଲେ। ଫଳରେ ସେ ଦ୍ବିତୀୟ ଓ ପାକିସ୍ତାନ ଅଧିନା୍ୟକ ବାବର ଆଜାମ ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଆଇଡାନ ମାର୍କରାମ ୫ମ, ଭାରତର ବିରାଟ କୋହଲି ୧୪ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଚେଡ ବୋୱିସ ୧୧୮ତମ ସ୍ଥାନରେ ରହିଥିବାବେଳେ ବୋଲିଂରେ ଇସ୍‌ ସୋଢି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ଅଲରାଉଣ୍ଡର ଇମାଦ ୱାସୀମ ବ୍ୟାଟିଂ ମାନ୍ୟତାର ୧୫ତମ ସ୍ଥାନରେ ରହିଥିବାବେଳେ ୪୪ତମ ସ୍ଥାନ ଓ ଅଲରାଉଣ୍ଡର ମାନ୍ୟତାର ୨୪ତମ ସ୍ଥାନରେ ରହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories