www.samajalive.in
Sunday, December 14, 2025
14.1 C
Bhubaneswar

‘ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ’

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବୁଧବାର ବିଜେପି ପାଇଁ ପ୍ରଚାର କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଆଦିତ୍ୟନାଥ କହିଥିଲେ ଧର୍ମ ଆଧାରରେ କଂଗ୍ରେସ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥାଏ, ଯାହାକି ସମ୍ବିଧାନ ବିରୋଧୀ। ସୂଚନାଥାଉ କି କର୍ଣ୍ଣାଟକ ଶାସନ କ୍ଷମତାରେ ଥିବା ବିଜେପି ସରକାର ମୁସଲମାନଙ୍କ ପାଇଁ ଥିବା ୪% ସଂରକ୍ଷଣକୁ ହଟାଇ ଦେଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ନିଜ ନିର୍ବାଚନୀ ସଭାରେ ଆଦିତ୍ୟନାଥ ବିଜେପି ସରକାରର ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଥିଲେ। ଧର୍ମ ଆଧାରରେ କୌଣସି ପ୍ରକାର ସଂରକ୍ଷଣ ପ୍ରଦାନ କରାଯିବା ସମ୍ବିଧାନ ବିରୋଧୀ ବୋଲି ଆଦିତ୍ୟନାଥ ସ୍ପଷ୍ଟ କରି ଦେଇଥିଲେ।
ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ଗତ ୬ବର୍ଷ ମଧ୍ୟରେ କୌଣସି ପ୍ରକାର ଦଙ୍ଗା ହୋଇନଥିବା ଆଦିତ୍ୟନାଥ ସୂଚନା ଦେଇଥିଲେ। କେନ୍ଦ୍ର ଓ ଉତ୍ତରପ୍ରଦେଶରେ ବିଜେପି ସରକାର ଥିବାରୁ ଏହି ରାଜ୍ୟ ବିକାଶ ପଥରେ ଦ୍ରୁତଗତିରେ ବଢ଼ି ଚାଲୁଥିବା ସେ କହିଥିଲେ। କର୍ଣ୍ଣାଟକରେ ବିଜେପି ପୁନର୍ବାର କ୍ଷମତାସୀନ ହେଲେ ଏହି ରାଜ୍ୟର ବିକାଶ ଆହୁରି ତ୍ବରାନ୍ବିତ ହେବ ବୋଲି ଆଦିତ୍ୟନାଥ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଦିତ୍ୟନାଥ ଆହୁରି କହିଥିଲେ ଧର୍ମ ଆଧାରରେ ୧୯୪୭ରେ ଦେଶ ଦୁଇଭାଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories