www.samajalive.in
Sunday, December 14, 2025
26.1 C
Bhubaneswar

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ନିଷ୍ପତ୍ତି ସଂସଦ ନେଉ : କେନ୍ଦ୍ର

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ହୋଇଥିବା ଆବେଦନର ଶୁଣାଣି ଶୀର୍ଷ ନ୍ୟାୟାଳୟରେ ଜାରି ରହିଛି। ବୁଧବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା ନିଜ ଯୁକ୍ତିରେ ଦର୍ଶାଇଥିଲେ ଏହି ମାମଲାର ଶୁଣାଣି ସମୟରେ ଅନେକ ପ୍ରଶ୍ନ ଉଠୁଛି। ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ସଂସଦରେ ଆଲୋଚନା ହେବା ଉଚିତ୍‌। ସମ୍ବିଧାନ ପୀଠ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି ତୁଷାର ଆହୁରି କହିଥିଲେ ଶୀର୍ଷ ନ୍ୟାୟାଳୟ ଏକ ଜଟିଳ ମାମଲାର ଶୁଣାଣି କରୁଛନ୍ତି। ସମଲିଙ୍ଗୀ ବିବାହର ସାମାଜିକ ପ୍ରଭାବ କ’ଣ ରହିବ ତାହା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବିବାହର ସଂଜ୍ଞା ନିରୂପଣ କରିବା ଏହି ମାମଲାର ମୌଳିକ ଆବଶ୍ୟକତା। ତେଣୁ ଏ ସମ୍ପର୍କରେ ନିଷ୍ପତ୍ତି ସଂସଦ ଉପରେ ଛାଡ଼ି ଦେବା ସମ୍ପର୍କରେ ଶୀର୍ଷ ନ୍ୟାୟାଳୟ ଚିନ୍ତା କରିବା ଆବଶ୍ୟକ।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସୌରଭ କ୍ରିପାଲ୍‌ ନିଜ ଯୁକ୍ତିରେ ଦର୍ଶାଇଥିଲେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାନଗଲେ ଗୋଟିଏ ଗୋଷ୍ଠୀ ପ୍ରତି ଏହା ଭେଦଭାବ ବୋଲି ଧରି ନିଆଯିବ। ଏପରି ହେଲେ ଅନେକ ସମଲିଙ୍ଗୀ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାର ଆଶଙ୍କା ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ସଂସଦ ବିଫଳ​ ହୋଇଥିବାରୁ ଏ ସମ୍ପର୍କରେ ଶୀର୍ଷ ନ୍ୟାୟାଳୟ ନିଷ୍ପତ୍ତି ନେବା ଉଚିତ୍‌ ବୋଲି ସେ ଦର୍ଶାଇଥିଲେ। ଆବେନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଅନ୍ୟ ଜଣେ ଆଇନଜୀବୀ ନିଜ ଯୁକ୍ତିରେ ଦର୍ଶାଇଥିଲେ ଜି୨୦ ଗୋଷ୍ଠୀର ୧୨ଟି ଦେଶ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ସେହିପରି ବିଶ୍ବର ୩୪ଟି ଦେଶ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଥିବାରୁ ଭାରତରେ ମଧ୍ୟ ଏହାକୁ ସ୍ବୀକୃତି ମିଳିବା ଉଚିତ୍‌।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories