www.samajalive.in
Sunday, December 14, 2025
26.1 C
Bhubaneswar

ପେସା ଆଇନ ଲାଗୁ ପାଇଁ ଆଦିବାସୀ ସମନ୍ବୟ ସମିତିର ଦାବି

ଫୁଲବାଣୀ : ରାଜ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଦାବି କରିଛି ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି । ବୁଧବାର ଏ ନେଇ ଫୁଲବାଣୀ ଠାରେ ଏକ ଶୋଭାଯାତ୍ରାର  ଆୟୋଜନ କରାଯିବା ସହ ଜିଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁୂ ୧୯୯୬ ମସିହାରୁ ପେସା ଆଇନ ଆରମ୍ଭ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଆଇନକୁ ଠିକ ରୂପେ ଲାଗୁ କରି ନାହାନ୍ତି ବୋଲି କହିଛି ସମନ୍ବୟ ସମିତି। ଫଳରେ କନ୍ଧମାଳ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ମାନେ ଅନେକ ଅଧିକାରରୁ ବଞିତ ହେଉଛନ୍ତି । ଆଇନ ଅନୁସାରେ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲ ଜାତ ଦ୍ରବ୍ୟ, ଖଣି ଖାଦାନ ଓ ଜଳ ଉତ୍ସ ଉପରେ ଗ୍ରାମସଭାର ଅଧିକାର ରହିବା କଥା ।କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଏହି ଅଧିକାର ଦିଆ ଯାଇନାହିଁ। ତେଣୁ ଖୁବଶୀଘ୍ର ପେସା ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଆଦିବାସୀ ସମନ୍ୱୟ ସମିତି ଦାବୀ କରିଛି । ନଚେତ ଆଦିବାସୀ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି । ଆଜି ଆଦିବାସୀ ନେତା ଲମ୍ବୋଦର କହଁରଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ସ୍ଥାନୀୟ ସରକାରୀ କଲେଜ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ପରେ ଜିଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories