www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ

କେନ୍ଦୁଝରଗଡ଼ : ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସମସ୍ୟା ସମ୍ବଳିତ ୪ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ କେନ୍ଦୁଝର ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ପ୍ଲାକାର୍ଡ ଏବଂ ବ୍ୟାନର ଧରି ସ୍ଥାନୀୟ କାଳୀ ପଡିଆରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଦଳରେ ଜୀବିକା ମଜୁରି ପ୍ରଦାନ, ସମସ୍ତଙ୍କୁ ସାମାଜିକ ସୁରକ୍ଷା, ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ ଏବଂ ଠିକା ପ୍ରଥା ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ସଂଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ ଦାବି କରିଛନ୍ତି ।

ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କେନ୍ଦୁଝର ଜିଲାର ଖଣି ଓ ଶିଳ୍ପାନୁଷ୍ଠାନ ମାନଙ୍କରେ ଯୋଗ୍ୟତା ଅନୁଯାୟୀ ଜିଲାର ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦିଆନଯିବା ନେଇ ଶ୍ରୀ ମହାନ୍ତ ଉଦବେଗ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର ଆସୋସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ, କେନ୍ଦୁଝର ଟ୍ରକ ଚାଳକ ସଂଘ, ଓଡିଶା ସିକ୍ୟୁରିଟି ଏଣ୍ଡ ଏମ୍ପେ୍ଲାଇଜ ଆସାସିଏସନ, କେଜେଏସ ୰ଆହାଲୁୱାଲିଆ ଶ୍ରମିକ ସଂଘ, ସିରାଜୁଦ୍ଦିିନ ମାଇନ୍ସ ମଜଦୁର ସଂଘ, ବିଚାକୁଣ୍ଡି ମାଇନ୍ସ ମଜଦୁର ସଂଘ, ବଲାଣି ମାଇନ୍ସ ମଜଦୁର ସଂଘ, ବଲାଣି ଠିକା ମଜଦୁର ସଂଘ, ଓଏମଡିସି କର୍ମଚାରୀ ସଂଘ, ଏମଏସପି ସ୍ପଞ୍ଜ ଆଇରନ କର୍ମଚାରୀ ସଂଘ, ଓରିୟନ ଇସ୍ପାତ କର୍ମଚାରୀ ସଂଘ, ଦୈତାରୀ ମାଇନ୍ସ ମଜଦୁର ସଂଘ, ଗନ୍ଧମାର୍ଦ୍ଦନ ମାଇନ୍ସ ମଜଦୁର ସଂଘ, କେନ୍ଦୁଝର ଜିଲା ମ୍ୟୁନିସିପାଲିଟି ଏବଂ ଏନଏସି କର୍ମଚାରୀ ସଂଘ, କେନ୍ଦୁଝର ଜିଲା ଅଟୋ ଚାଳକ ସଂଘ, ଓଏଲଏମଆରସି କର୍ମଚାରୀ ସଂଘ, ବ୍ରାଣ୍ଡ ଷ୍ଟିଲ ଏଣ୍ଡ ପାୱାର ମଜଦୁର ସଂଘ, ଓଡିଶା ରାଜ୍ୟ ପାଚିକା ସଂଘ, ମା’ତାରିଣୀ ଟୋଲ ପ୍ଲାଜ ଏଣ୍ଡ ୱାର୍କର ସଂଘ କଣ୍ଡରା, ମା ରଙ୍ଗାପାଟ ଖୀରେଇଟାଙ୍ଗିରି ଟୋଲ ପ୍ଲାଜା ୱାର୍କରସ ୟୁନିୟନ ଏବଂ ଜରିବାର ମାଙ୍ଗାନିଜ ମାଇନ୍ସ ମଜଦୁର ସଂଘର ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତଙ୍କ ସହିତ ଜିଲା ସମ୍ପାଦକ ବାବୁଲାଲ ମହାନ୍ତ, ଜିଲା ସଭାପତି କାମପାଳ ନାୟକ, ସହସମ୍ପାଦକ ଚନ୍ଦନ ବୋଇତାଇ, ଉପସଭାନେତ୍ରୀ ବୀଣାପାଣି ବେହେରା, ମିଡିଆ ପ୍ରଭାରି ଅର୍ଜୁନ ବେହେରା, ମୁଖ୍ୟ ବକ୍ତା ଆଇନଜୀବୀ ବିରଜା ମିଶ୍ର, ଭରଷା ପରିବାର ସଭାପତି ଓ ଯୁବ ସଙ୍ଗଠକ ଲମ୍ବୋଦର ମହାନ୍ତ, ରାଜ୍ୟ ଆଶା କର୍ମୀ ସମ୍ପାଦିକା ଧରିତ୍ରୀ ବାରିକ, ଅଙ୍ଗନୱାଡି ରାଜ୍ୟ ଉପସଭାନେତ୍ରୀ ସୁଷମାରାଣୀ ମହାପାତ୍ର, ରାଜ୍ୟ ଆଶା କର୍ମୀ ଜିଲା ସମ୍ପାଦିକା ବିଶାଖା ମହାନ୍ତ ଓ ଜିଲା ସଭାନେତ୍ରୀ ପ୍ରମିଳା ମହାନ୍ତ ,ବିଥିକା ମହାରଣା, ଗାୟତ୍ରୀ ଜେନା, ସୌମ୍ୟରଞ୍ଜନ ବେହେରା, ବିଶ୍ୱଭୂଷଣ ବେହେରା, ସ୍ମୃତି ରଞ୍ଜନ ସେଠୀ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ଶେଷରେ ସଙ୍ଘର ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories