www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଓ କର୍ମଶାଳା

ଆଠଗଡ଼: ଆଠଗଡ଼ ବ୍ଲକସ୍ତରୀୟ ଶିକ୍ଷକ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସ୍ଥାନୀୟ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉଦ୍‌‌ବୋଧନ ଦେଇ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ସମୟରେ କେବଳ ପୁସ୍ତକ ପାଠ୍ୟକ୍ରମ ମୌଖିକ ଭାବେ ଶିକ୍ଷାଦାନ ଅପେକ୍ଷା ଶିକ୍ଷଣ ସାମଗ୍ରୀର ବ୍ୟବହାରିକ ଓ ଉଦାହରଣମୂଳକ ଶିକ୍ଷାଦାନ ଦ୍ୱାରା କୋମଳମତି ପିଲାଙ୍କ ସ୍ମୃତିରେ ପାଠ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାର ମନ୍ଦିର ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ଗୁରୁ ଦାୟିତ୍ୱ ରହିଛି ଏବଂ ସେମାନେ ହେଉଛନ୍ତି ବିଦ୍ୟାର୍ଥୀଙ୍କର ୨ୟ ପିତାମାତା ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲ ମତପ୍ରକାଶ କରିଥିଲେ। ତେଣୁ ଶିକ୍ଷକ/ଶିକ୍ଷୟିତ୍ରୀ ନିଷ୍ଠାର ସହିତ ଶିକ୍ଷାଦାନ କରିବା ସହିତ କୋମଳମତି ପିଲାଙ୍କୁ ଭଳ ମଣିଷ ହେବା ପାଇଁ ଦିଗଦର୍ଶନ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ଓ ଅଜୟ କୁମାର ମହାପାତ୍ର, ଶିକ୍ଷାବିତ୍‌‌ ନିଳମଣୀ ନାୟକ ଏବଂ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ଏହି ପ୍ରଦର୍ଶନୀରେ ବ୍ଲକ ଅଞ୍ଚଳର ୧୭୪ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ୨୬୪ରୁ ଉର୍ଦ୍ଧ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସିଆରସିସି ଓ ଡିଆରଜି ସହଯୋଗ କରିଥିଲେ। କନ୍ଦରପୁର ନୋଡାଲ ସ୍କୁଲ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories