କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କପାଣୀ ଗ୍ରାମ ପଞ୍ଚାୟତର ତରା ଗାଁର ଜଣେ ଯୁବକ ତୁରେକେଲା ଥାନା ଅଞ୍ଚଳମହୁଲ ବାହାଲି ନିକଟରେ ନିଜ ବାଇକ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ମତେ ତରା ଗାଁର ଲକ୍ଷ୍ମଣ ତାଣ୍ଡିଙ୍କର ପୁଅ ସୁବାଷ ତାଣ୍ଡି ବୟସ ୨୮ କୌଣସି କାମରେ ତୁରେକେଲା ଯାଉଥିବା ବେଳେ କଣ୍ଟାବାଞ୍ଜି ତୁରେକେଲା ରାସ୍ତା ମହୁଲବାହେଳୀ ଗାଁ ନିକଟରେ ଥିବା ଏକ ଛକରେ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ଜଣାପଡିଛି। କେହି ଜଣେ ସମ୍ପର୍କୀୟ ମାମୁଁ ପୁଅ ସହ ଆଗପଛ ହୋଇ ଦୁଇଟି ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ, ସୁବାଷଙ୍କ ମାମୁଁ ପୁଅ ଛିଟିକି ପଡ଼ି ଥିବା ବେଳେ ସୁବାଷ ରାସ୍ତା ଉପରେ ପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
Popular Categories


