www.samajalive.in
Sunday, December 14, 2025
26.1 C
Bhubaneswar

ହାତୀ ଦାଉରୁ ଫସଲ ସୁରକ୍ଷା : ସୌର ତାର ଓ ଲୁହା ଖମ୍ବକୁ ଚୋରାଇ ନେଲେ ଦୁର୍ବୁତ୍ତ

ଗୁରୁଡିଝାଟିଆ : ବନ୍ୟପ୍ରାଣୀଙ୍କ ପାଇଁ ବ୍ୟାପକ ମାତ୍ରାରେ ହେଉଛି ଫସଲ ହାନୀ । କୃଷକ କୃଷି ପାଇଁ ମୁହଁ ବୁଲାଇଦେଲେଣି। ଫସଲ ପାଇଁ ଆଣୁଥିବା କରଜ ସଠିକ୍ ଢଙ୍ଗରେ ସୁଝୁପାରୁନାହାନ୍ତି । କେତେବେଳେ ବାରାହା, ମିରିଗ ତ’ କେତେବେଳେ ହାତୀପଲ କୃଷକ ଉପରେ ଦାଉ ସାଧୁଛି । କୃଷକଙ୍କ ବାରମ୍ବାର ଅଭିଯୋଗ ପରେ ଗତ ୨ବର୍ଷରେ ଆଠଗଡ ବନଖଣ୍ଡ, ଖୁଣ୍ଟଣୀ ବନାଞ୍ଚଳ ପକ୍ଷରୁ ବନ୍ୟପ୍ରାଣୀଙ୍କ କବଳରୁ ଫସଲ ସୁରକ୍ଷା ପାଇଁ ମଞ୍ଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁମାନଙ୍କ ତଳେ କୃଷିକ୍ଷେତ୍ରକୁ ହାତୀମାନଙ୍କ କବଳରୁ ସୁରକ୍ଷା ପାଇଁ ସୌର ବାଡ  ବ୍ୟବସ୍ଥା କରାଯାଇଥିଲା । ବିଭାଗ ପକ୍ଷରୁ ଲୁହାର ଖମ୍ବ(ଆଙ୍ଗେଲ) ପୋତାଯାଇ ତାର ଟଣା ଯାଇଥିଲା । ପ୍ରାୟ ୫ ରୁ ୬ କିଲୋମିଟର ପର୍ଯ୍ୟନ୍ତ ଲୁହା ଖମ୍ବ ପୋତାଯାଇ ତାର ଭିଡା ଯିବା ସହ ସୋଲାର ଚାର୍ଜିଂ କରାଯାଇଥିଲା। ଯାହାଫଳରେ ହାତୀ ଫସଲ ମୁହାଁ ହେବା ବେଳେ ସୋଲାର ଚାର୍ଜିଂ ଆଘାତ ପାଇ ଫେରି ଯାଉଥିଲେ। ହେଲେ କିଛି ଦୁର୍ବୁତ୍ତ ନିଜ ସ୍ୱାର୍ଥ ପାଇଁ କୃଷକମାନଙ୍କ ଲାଗି ବନବିଭାଗ ପକ୍ଷରୁ କରାଯାଇଥିବା ସୌର ତାର ଓ ଲୁହାଖମ୍ବକୁ ଚୋରିକରି ନେଇଯାଇଛନ୍ତି। ଏନେଇ ନଦୀକୂଳ ଅଞ୍ଚଳର କିଛି ଚାଷୀ ନିକଟସ୍ଥ ଥାନାରେ ଅଭିଯୋଗ କରିବା ସହ ବନ ବିଭାଗର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । ହେଲେ କେହି କର୍ଣ୍ଣପାତ କଲେ ନାହିଁ କି କୌଣସି ପଦକ୍ଷେପ ନେଲେ ନାହିଁ। ବାଧ୍ୟ ହୋଇ କୃଷକମାନେ କଟାଯାଇଥିବା ଲୁହାଖମ୍ଭ ନିକଟରେ ବାଉଁଶ ପୋତି ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ତାର ଟାଣିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି କୃଷକ ଓ ବନବିଭାଗ ଭିତରେ ସଂପର୍କ କେତେ ନିବିଡ ?

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories