www.samajalive.in
Saturday, December 6, 2025
19.1 C
Bhubaneswar

୫-ଟି ବିଦ୍ୟାଳୟ ଲୋକାର୍ପିତ

ପାଟଣା : ପାଟଣା ବ୍ଲକରେ ୨ଟି ୫-ଟି ବିଦ୍ୟାଳୟର ରୂପାନ୍ତରିକରଣ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସ କାର୍ୟ୍ୟକ୍ରମ ଜରିଆରେ ଉଦଘାଟନ ପର୍ଵ ଅନୁଷ୍ଠିତ ହୋଇଛି। ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ମୁଖ୍ୟାଳୟ ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଚିନାମାଳିପଶିର ଲୋକାର୍ପଣ ପର୍ଵ ସ୍ଥାନୀୟ ସ୍ତରରେ ପ୍ରଧାନ ଶିକ୍ଷକ ସାଧୁଚରଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଲୋକାର୍ପଣ ଫଳକକୁ ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ ଫିତା କାଟି ଉଦଘାଟନ କରିଥିଲେ। ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଶିବଶଙ୍କର ମୁର୍ମୁ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ, ସରପଞ୍ଚ ଝୁମିତା ନାୟକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତ, ସାମାଜିକ କର୍ମୀ ମିତ୍ରଭାନୁ ମହାନ୍ତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଏବିଇଓ ସଚ୍ଚିଦାନନ୍ଦ ସେଠି,ସହକାରୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀ,କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଓ ସସ୍ମିତା ହେମ୍ବ୍ରମ, ବିଦ୍ୟାଳୟ ପରିଚାଳନା ସମିତିର ନେତ୍ରାନନ୍ଦ ମହାନ୍ତ, ଦାସରଥୀ ମହାନ୍ତ ପ୍ରମୁଖ ଯୋଗ ଦେଇ ଥିଲେ। ଶିକ୍ଷକ ପ୍ରଦୀପ୍ତ କୁମାର ଷଡଙ୍ଗୀ,ବନମାଳୀ ମହାନ୍ତ, ଦୋଳଗୋବିନ୍ଦ ମହାନ୍ତ ପ୍ରମୁଖ ସାଂସ୍କୃତିକ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ କାର୍ୟ୍ୟକ୍ରମର ସିଧା ପ୍ରସାରଣକୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ। ସେହିପରି ଚାକୁଣ୍ଡାପାଳ ପଞ୍ଚାୟତ ମୁଖ୍ୟାଳୟ ବିକେପି ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ ପର୍ବ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ,ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶିବଶଙ୍କର ମୁର୍ମୁ ,ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ଜିଲ୍ଲା ପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାଏକ ଓ ସରପଞ୍ଚ ରକ୍ଷାମଣୀ ନାଏକ ପ୍ରମୁଖ କାର୍ୟ୍ୟାଳୟରେ ଯୋଗ ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories