www.samajalive.in
Sunday, December 14, 2025
14.1 C
Bhubaneswar

ବନବିଭାଗ, ରେଳ ଓ ବିଦ୍ୟୁତ୍‌‌ ବିଭାଗର ସମନ୍ୱୟ ବୈଠକ

ଆଠଗଡ଼: ଆଠଗଡ଼ ବନଖଣ୍ଡ ପକ୍ଷରୁ ବନବିଭାଗ, ରେଳବାଇ ଓ ବିଦ୍ୟୁତ୍‌‌ ବିଭାଗର ଏକ ସମନ୍ୱୟ ତଥା ସମୀକ୍ଷା ବୈଠକ ମଙ୍ଗଳବାର ବନବିଭାଗ ସମ୍ମିଳନୀ କକ୍ଷରେ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନବିଭାଗ, ରେଳବାଇ ଓ ବିଦ୍ୟୁତ୍‌‌ ବିଭାଗର ପଦାଧିକାରୀ ଯୋଗଦେଇ ଜଙ୍ଗଲ ଅଞ୍ଚଳ ମଧ୍ୟ ଦେଇ ଯାଇଥିବା ବିଦ୍ୟୁତ୍‌‌ ଲାଇନ ଓ ରେଳ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁ ବିଶେଷକରି ହାତୀଙ୍କ ଚଳପ୍ରଚଳ କିପରି ସୁରକ୍ଷିତ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଜଙ୍ଗଲ ଅଞ୍ଚଳ ଓ ବନ୍ୟଜନ୍ତୁ ତଥା ହାତୀ ଚଳପ୍ରଚଳ ଅଞ୍ଚଳରେ ଝୁଲିଥିବା ବିଦ୍ୟୁତ୍‌‌ ଲାଇନକୁ ସୁଉଚ୍ଚ କରିବା ଏବଂ ରେଳ ଲାଇନ୍‌‌ ପାର ହେଉଥିବା ବନ୍ୟଜନ୍ତୁ କିପରି ସୁରକ୍ଷିତ ଯାତାୟତ କରିବେ ସେଥିପାଇଁ ରେଳବାଇ ପକ୍ଷରୁ ରେଳ ଚଳାଚଳର ଗତିକୁ ନିୟନ୍ତ୍ରଣ କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରେଳବାଇ ପକ୍ଷରୁ ଆଠଗଡ଼ ଓ ଖୁଣ୍ଟୁଣୀ ବନାଞ୍ଚଳ ଦେଇ ଯାଇଥିବା ଲାଇନରେ ବନ୍ୟଜନ୍ତୁ ଓ ହାତୀ ଚଲାପଥ ଅଞ୍ଚଳରେ ସତର୍କ ସୂଚନା ଦେବା ଏବଂ ହାତୀଙ୍କ ଚଳପ୍ରଚଳ ସମୟରେ ରେଳ ଚାଳକଙ୍କୁ ଆଗୁଆ ସୂଚନା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ସହକାରୀ ବନ ସଂରକ୍ଷକ ହରେକୃଷ୍ଣ ମଲ୍ଲିକ, ଆଠଗଡ଼ ରେଞ୍ଜର ରବୀନ୍ଦ୍ର କୁମାର ନାୟକ, ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ, ନରସିଂହପୁର ପୂର୍ବ ରେଞ୍ଜର ସୁବାସ ରାଉତ ଓ ନରସିଂହପୁର ପଶ୍ଚିମ ରେଞ୍ଜର ପିକେ ନାୟକ, ବିଦ୍ୟୁତ୍‌‌ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ସହକାରୀ ଯନ୍ତ୍ରୀ ନେପାଳସେନ ତାଜେନ, ସମରେନ୍ଦ୍ର ବେହେରା, ନରସିଂହପୁର ବିଦ୍ୟୁତ୍‌‌ ସହକାରୀ ଯନ୍ତ୍ରୀ ବିଶ୍ୱଜିତ୍‌‌ ଦେହୁରୀ, କାଶିନାଥ ବାରିକ, ଟିକେଶ୍ୱର ପ୍ରଧାନ ଓ ରେଳବାଇ ବିଦ୍ୟୁତ୍‌‌ ବିଭାଗ ପରିଚାଳକଙ୍କ ପ୍ରତିନିଧି ଯୋଗଦେଇ ଅଂଶଗ୍ରହଣ କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories