www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ ଉଦଯାପିତ

ଫୁଲବାଣୀ: ସ୍ଥାନୀୟ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ ୨୦୨୩ ରବିବାର ରାତ୍ରରେ ଉଦ୍‌‌ଯାପିତ ହୋଇଯାଇଛି। ଉଦ୍‌‌ଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଶାସନ ସଚିବ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ କଳା ଓ ସଂସ୍କତିକୁ ସମସ୍ତଙ୍କ ପରିଚିତ କରାଇବା ପାଇଁ ପ୍ରତ୍ୟେକ ବର୍ଷ ରାଜ୍ୟରେ ଆୟୋଜନ କରାଯାଉଛି ଏହି ମହୋତ୍ସବ ବୋଲି ପ୍ରକାଶ କରିଥିଲୋ। ଚଳିତ ଡ଼ଙ୍ଗର ମହୋତ୍ସବରେ ରାଜ୍ୟର ବିିଭିନ୍ନ ଅଞ୍ଚଳରୁ ୨୭ ଗୋଟି ନୃତ୍ୟ ପରିବେଷଣ କରାଯାଇଥିବା ନେଇ ପ୍ରକାଶ କରିଥିଲେ। କଳାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ପ୍ରୟାସ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶେଷଦେବ ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମିର ସଚିବ ପ୍ରବୋଧ ରଥ, ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଯେଗାଦେଇ ଉଦ୍‌‌ବୋଧନ ଦେଇଥିବା ବେଳେ ଅଶୋକ ମହାନ୍ତି କାର୍ଯ୍ୟକ୍ରମରେ ସଂଯେଜାନା କରିଥିଲେ।

ସଭା କାର୍ଯ୍ୟ ପରେ ପରେ କୋରାପୁଟର ଢେମସା, ବାଲେଶ୍ୱରର ଭୂମିଜ, ବରଗଡ଼ର ଡ଼ଣା ନୃତ୍ୟ, ବୌଦ୍ଧର ଶବର ଶବରୁଣୀ, ସୁନ୍ଦରଗଡ଼଼ର ଓରାମ ନୃତ୍ୟ, ରାଇକଲାର ଖଞ୍ଜଣୀ ନୃତ୍ୟ ଏବଂ କନ୍ଧମାଳ ଜିଲାର ବିିଭିନ୍ନ ଅଞ୍ଚଳର ଆଦିବାସୀ ଲୋକ ନୃତ୍ୟ ପରିବେଶଷ କରାଯାଇଥିଲା। କାର୍ଯ୍ୟକ୍ରମକୁ ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲା ପରିଷଦର ଏପିଡ଼ି ହର ପ୍ରସାଦ ଭୋଇ, ଫୁଲବାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ତହସିଲ୍‌‌ଦାର ଦିନମଣି ନାୟକ ଓ ସଂସ୍କୃତି ବିଭାଗର କର୍ମଚାରୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମିର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories