ବାଲେଶ୍ବର: ଭାରତୀୟ ପ୍ରତିରକ୍ଷା ବିଭାଗ, ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁର ଆଇଟିଆରରୁ ପ୍ରଥମ ଥର ପାଇଁ ଏଣ୍ଡୋ-ଆଟ୍ମୋସ୍ପିୟର ଇଣ୍ଟରସେପ୍ଟର୍ର ପରୀକ୍ଷା ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ଚିହ୍ନଟ କରିବା ସହ ଧ୍ବଂସ କରିବା ଏହି ଇଣ୍ଟରସେପ୍ଟର ମୁଖ୍ୟ ଲକ୍ଷ୍ୟ। ଏହି ସଫଳ ପରୀକ୍ଷା ପରେ ଭାରତ ‘ନୌସେନା କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତା’ ଦେଶ ମଧ୍ୟରେ ନିଜର ସ୍ଥିତି ମଜବୁତ କରିବା ସହ ଏଲିଟ ଗ୍ରୁପରେ ସାମିଲ ହୋଇଛି। ପୂର୍ବରୁ ଡିଆରଡିଓ ପକ୍ଷରୁ ସ୍ଥଳଭାଗରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତାର ସହିତ କରିଥିଲାବେଳେ ଏବେ ନୌସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଛି। ଏହି ସଫଳତାର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ଭାରତୀୟ ନୌସେନା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



