ଶନିବାର ରାଶିଫଳ (୨୨/୦୪/୨୦୨୩)

ମେ​​ଷ :​‌​‌ ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ସହନଶୀଳ ମନୋଭାବ ଆପଣଙ୍କୁ ମହାନ୍‌ କରିପାରେ।

ବୃଷ : ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ସତ୍‌ ପରାୟଣ ହେବେ। ଲାଗି ରହିଥିବା ମାମଲାରେ ବିଜୟୀ ହେବା ସହିତ ଧନ ଲାଭର ସୂଚନା ମିଳୁଛି। ଦାନ ଧର୍ମାନ, ଶ୍ରୀ ଧର୍ମାନ୍‌ ଓ ଭଗବତ୍‌ ଧର୍ମାନ ହୋଇପାରନ୍ତି।

ମିଥୁନ : ଏକାନ୍ତ ସାଧନା ଫଳବତୀ ହେବ। ବ୍ୟବହାରରେ ଓ ଭାଷାରେ ଶାଳୀନତା ଆପଣଙ୍କୁ ଉଚ୍ଚାସନ ଦେଇପାରେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି।

କର୍କଟ : ଧୀ ଶକ୍ତିସମ୍ପନ୍ନ ହେବେ। ଆତ୍ମଶକ୍ତିକୁ ଜାଗ୍ରତ ରଖି ତା’ ଉପରେ ବିଶ୍ବାସ ରଖିଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ରାଜ ଦରବାରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ : ପ୍ରତି ଆହ୍ବାନ୍‌ଗୁଡ଼ିକୁ ଉତ୍କର୍ଷର ଶିଡ଼ି କରିଦିଅନ୍ତୁ, ଦେଖିବେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ପାଖରେ ପହଞ୍ଚିଯିବେ। ଜ୍ଞାନ ପ୍ରଦୀପ ଜଳାଇ ନିଜ କର୍ମ ପରିସରକୁ ଆଲୋକିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା : ବଳୀୟାନ୍‌ ହୋଇପାରନ୍ତି। ଚରିତ୍ରବାନ୍‌ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି। ଆତ୍ମକଲ୍ୟାଣର ଉଚିତ୍‌ ମାର୍ଗ ହେଉଛି ଗୃହସ୍ଥ ଧର୍ମ; ଯାହା ଆପଣଙ୍କ ପତ୍ନୀଙ୍କଠାରେ ପରିଲକ୍ଷିତ ହେଉଛି।

prayash

ତୁଳା : ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଉଳ ଭବିଷ୍ୟତର ଆଶା ଧୂମିଳ ହେବ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ନୀତିହୀନ ମନ୍ତବ୍ୟ ଦେଲେ ଚର୍ଚ୍ଚାରେ ଅନାଦର ହେବେ।

ବିଛା : ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସମାଜସେବୀଭାବେ ଲୋକଲୋଚନକୁ ଆସିପାରନ୍ତି। ବ୍ୟବସାୟ ଚରମ କଲ୍ୟାଣକାରୀ ହେବ। ଜ୍ଞାନୀ ହେବେ।

​​‌ଧନୁ : ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। କର୍ମକୁ ଗୁରୁ ପଦବାଚ୍ୟ ମାନ୍ୟତା ଦେବେ। ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରଖିବେ।

ମକର : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ବିନା ଚେଷ୍ଟାରେ ଧନାଗମ ହେବ। ଶୂନ୍ୟତା ଭିତରେ ପୂର୍ଣ୍ଣତା ଥାଏ; ଯାହା ଖୋଜିଲେ ପାଇବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ : ଆତ୍ମସଂଯମ ଦ୍ବାରା ଅନ୍ତଃ ଶକ୍ତିର ଅଭ୍ୟୁଥାନ ଘଟିବ। ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହେବେ। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମଧାରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମୀନ : ଦୈବୀବଳରେ ମହାଶକ୍ତି, ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୂଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି । ସକଳ ଗୁଣଯୁକ୍ତ, ସୁଖୀ, କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଦାନୀ ହେବେ।

Comments are closed.