www.samajalive.in
Friday, December 5, 2025
20.1 C
Bhubaneswar

ମୋବାଇଲରେ ବ୍ୟସ୍ତ ଲୋକୋ ପାଇଲଟ୍‌: ଧାରଣାରେ ଆସିଲା ଆଉ ଏକ ଟ୍ରେନ, ତା’ପରେ..

ଡେସ୍କ: ଯାତ୍ରା ସମୟରେ ଟିକିଏ ଅସାବଧାନତା ଯୋଗୁ ବଡ଼ ବଡ଼ ଅଘଟଣ ଘଟିଯାଏ। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଲୋକୋ ପାଇଲଟ୍‌ ଚଳନ୍ତା ଟ୍ରେନରେ ମୋବାଇଲ ଦେଖୁଛନ୍ତି। ତାଙ୍କର ଏହି ସାମାନ୍ୟ ଅସାବଧାନତା କାରଣରୁ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହୋଇଯାଉଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମହିଳା ଲୋକେ ପାଇଲଟ୍‌ ନିଜ ସିଟ୍‌ରେ ବସି ମୋବାଇଲ୍‌ ଚଲାଉଛନ୍ତି। ମୋବାଇଲ ଚଲାଇବାରେ ବ୍ୟସ୍ତ ରହି ସେ ଭୁଲି ଯାଇଥିଲେ ଯେ, ଟ୍ରେନର ସମ୍ପୂର୍ଣ୍ଣ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ। ଏହି ଭିଡିଓ ଦେଖି ଲୋକେ କ୍ରୋଧିତ ଖୁବ୍‌ ହୋଇଯାଇଛନ୍ତି।

- Advertisement -


ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିିଳିଛି ଯେ, ଟ୍ରେନ୍ ଚାଲୁଥିବାବେଳେ ମହିଳା ଲୋକୋ ପାଇଲଟ୍‌ ଜଣକ କିପରି ଖୁସିରେ ମୋବାଇଲ୍ ଚଲାଇବାରେ ବ୍ୟସ୍ତ ଅଛନ୍ତି। ତାଙ୍କ ଅବହେଳା ଯୋଗୁ ସେ ଚଲାଉଥିବା ଟ୍ରେନ୍‌ ଅନ୍ୟ ଏକ ଟ୍ରେନ୍‌ ସହ ଧକ୍କା ହୋଇଯାଉଛି। ତେବେ ସୁରକ୍ଷା ଉପକରଣ ଥିବାରୁ ଲୋକୋ ପାଇଲଟ୍‌ଙ୍କ ଜୀବନ ରକ୍ଷା ପାଇଯାଉଛି। ସିସିଟିଭିରେ ଦେଖିବାକୁ ମିଳେ ଯେ, ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସଂପୂର୍ଣ୍ଣ କ୍ରୋଧିକ ହୋଇଯାଇଛନ୍ତି। ଏହି ଭିଡିଓକୁ @cctvidiots ନାମକ ୟୁଜର ଟ୍ବିଟରରେ ଶେୟାର କରିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories