www.samajalive.in
Sunday, December 14, 2025
26.1 C
Bhubaneswar

ବୋଲର, ୱାର୍ଣ୍ଣର ଚମକିଲେ ; ଖାତା ଖୋଲିଲା ଦିଲ୍ଲୀ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ୬ଷ୍ଠ ମ୍ୟାଚ୍‌ରେ ପଏଣ୍ଟ ଖାତା ଖୋଲିପାରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଗୁରୁବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୪ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଗୁରୁବାର ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ପ୍ରଥମେ ବ୍ୟାଟିଂକରି ଶେଷ ବଲ୍‌ରେ ୧୨୭ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ଦିଲ୍ଲୀର ବୋଲର ଚମତ୍କାର ପ୍ରଦର୍ଶନ କରି କେକେଆର୍‌ର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ ରୋକିଥିଲେ। କେକେଆର୍ ପାଇଁ ଆରମ୍ଭରୁ ଓପ୍‌ନର ଜେସନ୍ ରୟ ଓ ଶେଷଆଡ଼କୁ ଆ​‌େ​‌ନ୍ଦ୍ର ରସେଲ୍‌ଙ୍କ ଉପଯୋଗୀ ଯୋଗଦାନ କରିଥିଲେ। ଡେଭିଡ୍ ୱାର୍ଣ୍ଣରଙ୍କ ଦ୍ରୁତ ଅର୍ଦ୍ଧଶତକ ସତ୍ତ୍ବେ ୧୨୮ ରନ୍‌ର ପିଛା କରିବାକୁ ଦିଲ୍ଲୀ ନାକେଦମ୍ ହୋଇ ଯାଇଥିଲା। ୪ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ ଦିଲ୍ଲୀ ଜିତିଥିଲା। ୬ଷ୍ଠ ମ୍ୟାଚ୍‌ରେ ଏହା ଦିଲ୍ଲୀର ପ୍ରଥମ ବିଜୟ। କଲକାତା ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ୧୨୮ ରନ୍‌ର ପିଛା କରିଥିବା ବେଳେ ଚଳିତ ସଂସ୍କରଣରେ ପ୍ରଥମଥର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଦ୍ରୁତଗତିରେ ସ୍କୋର୍ କରିଥିଲେ। ୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ପୃଥ୍ବୀ ସ’ ୧୧ ବଲ୍‌ରୁ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମିଚେଲ ମାର୍ଶ ମାତ୍ର ୨ ରନ୍‌କରି ବିଦାୟ ନେଇଥିଲେ। ଫିଲ୍‌ ସଲ୍‌ଟ ୫ ରନ୍‌କରି ବିଦାୟ ନେଇଥିଲେ। ୧୩ ଓଭର ବ୍ୟାଟିଂ କରିଥିବା ଡେଭିଡ୍‌ ୱାର୍ଣ୍ଣର ୪୧ ବଲ୍‌ରୁ ୧୧ଟି ଚୌକା ସହ ୫୭ ରନ୍‌ କରିଥିଲେ। ମନୀଷ ପାଣ୍ଡେ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରୁ ୭ ରନ୍‌ ଆବଶ୍ୟକ ଥିଲା। ଅକ୍ଷର ପଟେଲ (୧୯) ଓ ଲଳିତ ଯାଦବ (୪) ଅପରାଜିତ ରହି ଦଳକୁ ଜିତାଇଥିଲେ। ୩ ସ୍ପିନର ବରୁଣ ଚକ୍ରବର୍ତ୍ତୀ, ନୀତୀଶ ରାଣା ଓ ଅନୁକୂଳ ରାୟ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ବର୍ଷା ଯୋଗୁଁ ମ୍ୟାଚ୍‌ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାସତ୍ତ୍ବେ ୨୦ ଓଭରର ମୁକାବିଲା ହୋଇଥିଲା। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେଇଥିଲା। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଇଂଲଣ୍ଡର ଓପ୍‌ନର ଜେସନ୍ ରୟ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ବାଂଲାଦେଶର ଓପ୍‌ନର ଲିଟନ୍ ଦାସ ୪ ରନ୍‌ କରି ପାରିଥିଲେ। ପରେ ଭେଙ୍କଟେଶ ଆୟର ୦ ଓ ଅଧିନାୟକ ନୀତୀଶ ରାଣା ୪ ରନ୍‌କରି ବିଦାୟ ନେଇଥିଲେ। ମନଦୀପ ସିଂହ ୧୨ ରନ୍‌ କରି ପାରିଥିଲେ। ପରେ ରିଙ୍କୁ ସିଂହ ୬ ଓ ସୁନୀଲ ନାରାୟଣ ୪ ରନ୍‌କରି ବିଦାୟ ନେଇଥିଲେ। ୭୦ ରନ୍‌ରେ କେକେଆର୍‌ ମାତ୍ର ୭୦ ରନ୍‌ କରି ପାରିଥିଲା। ଜଗିରଖି ଖେଳି ୧୫ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ଜେସନ୍ ରୟ ୩୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୩ ରନ୍‌ କରିଥିଲେ। ୯୬ ରନ୍‌ରେ କେକେଆର୍ ୯ଟି ୱିକେଟ୍‌ ହରାଇଥିବା ବେଳେ ଏହା ୧୦୦ ରନ୍‌ ପାର କରିପାରିବା ନେଇ ଆଶଙ୍କା ଉପୁଜିଥିଲା। ୨୦ତମ ବା ଶେ​‌ଷ ଓଭରରେ ରସେଲ କ୍ରମାଗତ ୩ଟି ଛକା ମାରିଥିଲେ। ଆ‌େ​‌ନ୍ଦ୍ର ରସେଲ୍‌ ୩୧ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଈଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଆନ୍‌ରିଚ୍ ନୋର୍ଖିୟା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories