www.samajalive.in
Tuesday, December 9, 2025
17.1 C
Bhubaneswar

ଅନ୍‌ଲାଇନରେ ହେବ ଲିଖିତ, ପରୀକ୍ଷା

ଭୁବନେଶ୍ୱର : ସେନାବାହିନୀରେ ଅଗ୍ନିବୀର ଓ ଅନ୍ୟମାନଙ୍କ ପାଇଁ ଯୋଗଦେବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପରୀକ୍ଷାର୍ଥୀ ପ୍ରଥମେ ସଞ୍ଚାର (ଅନ୍‌ଲାଇନ)ରେ ନିଜର ପଞ୍ଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ ଅନ୍‌ଲାଇନ୍‌ ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ କେନ୍ଦ୍ରକୁ ଆସି ଶାରୀରିକ ଓ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ତେବେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।
ପୂର୍ବରୁ ଅନୁଷ୍ଠିତ ମନୋନୟନ ପ୍ରକ୍ରିୟାରେ ପ୍ରଥମେ ଆର୍ମି ରାଲି ମାଧ୍ୟମରେ ଶାରୀରିକ ପରୀକ୍ଷା ଓ ଏହାପରେ ଲିଖିତ ପରୀକ୍ଷା ହେଉଥିଲା। ଏଥିରେ ପରୀକ୍ଷାର୍ଥୀଙ୍କ ବହୁ ସମୟ ବ୍ୟୟ ହେଉଥିବା ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନିଆଯାଇ ଚଳିତ ବର୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। କଟକସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ନିର୍ଦେଶକ କର୍ଣ୍ଣେଲ ହର୍‌ବିନ୍ଦର ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେନାବାହିନୀରେ ନିଯୁକ୍ତି ନିମନ୍ତେ ଏହି ନୂତନ ପଦ୍ଧତି ସମ୍ପର୍କରେ ଓଡ଼ିଶାର ସମସ୍ତ ଜିଲାରେ ସଚେତନତା ସୃଷ୍ଟି କରାଯାଇଛି। କାର୍ଯ୍ୟାଳୟ ପକ୍ଷରୁ ୧୩୬ଟି ବିଦ୍ୟାଳୟ, ୪୮ଟି ମହାବିଦ୍ୟାଳୟ ଏବଂ ୪୪ଟି ଆଇଟିଆଇ ଶିକ୍ଷାନୁଷ୍ଠାନରେ ଭିଡିଓ ବାର୍ତ୍ତା, ପ୍ରଚାରପତ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସଚେତନ କରାଯାଇଛି। ଏହି ପ୍ରକ୍ରିୟା କନିଷ୍ଠ ଆୟୁକ୍ତ ଅଧିକାରୀ ଏବଂ ଯବାନ୍‌ଙ୍କ ନିଯୁକ୍ତି ନିମନ୍ତେ ବାଧ୍ୟତାମୂଳକ ରହିବା ନେଇ କର୍ଣ୍ଣେଲ ଶ୍ରୀ ସିଂ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଦେଶର ୧୭୬ଟି ସ୍ଥାନର ୩୭୫ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ଏପ୍ରିଲ ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଆୟୋଜନ ହେଉଛି। ସେଥି ମଧ୍ୟରୁ ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁର ସମେତ ୮ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories