www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁର : ସମ୍ବଲପୁରରେ ଗତ ୧୫ ତାରିଖ ସକାଳ ୧୦ଟାରୁ ବନ୍ଦ ଥିବା ଇଣ୍ଟରନେଟ ସେବାକୁ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ସରକାର ବନ୍ଦ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆସନ୍ତା ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସମ୍ବଲପୁର ଜିଲାରେ ବନ୍ଦ ରହିବ। ତେବେ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଓ ସରକାରୀ କାର୍ଯ୍ୟଗୁଡିକୁ ସମ୍ପାଦନ କରିବା ନିମନ୍ତେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବ୍ରଡବ୍ୟାଣ୍ଡ ଓ ଲିଜ୍ ଲାଇନ ଜରିଆରେ ସୀମିତ ଇଣ୍ଟରନେଟ ସେବା ପ୍ରଦାନ କରାଯାଇଛି। ଫଳରେ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି। ଅପରପକ୍ଷେ, ଦୀର୍ଘ ୫ ଦିନ ପରେ ସୀମିତ ସମୟ ପାଇଁ ଇଣ୍ଟରନେଟ ସେବା ଚାଲୁ କରାଯାଇଥିବାରୁ ଅନେକ ବ୍ୟକ୍ତି ବ୍ରଡବ୍ୟାଣ୍ଡ କନେକ୍ସନ ଥିବା ସ୍ଥାନଗୁଡିକରେ ବେଶ ଭିଡ ଜମାଇଥିବା ଲକ୍ଷ୍ୟ କରାଯାଇଛି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories