www.samajalive.in
Sunday, December 14, 2025
19.1 C
Bhubaneswar

ଭବିଷ୍ୟତରେ ଦେଶ କିମ୍ବା ଧର୍ମକୁ ନେଇ ଯୁଦ୍ଧ ନୁହେଁ ମଣିଷ ଏବଂ ରୋବଟ ମଧ୍ୟରେ ହେବ ଭୟଙ୍କର ଯୁଦ୍ଧ -ଆଣ୍ଡ୍ରିଜ୍‌ ସ୍ୟାଣ୍ଡବର୍ଗ, ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟ

ଲଣ୍ଡନ – ଏବେ ମଣିଷ ମାନଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ କଳି ଝଗଡା । କେତେବେଳେ ଜାତି କେତେବେଳେ ଧର୍ମ କେବେବେଳେ ନିଜ ସ୍ୱାର୍ଥପାଇଁ ଏମିତି ବେଳେ ବେଳେ ଦେଶମାନଙ୍କ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଯୁଦ୍ଧ ହେଉଛି । ହେଲେ ଭବିଷ୍ୟତରେ ମଣିଷ ଜାତି ବଞ୍ଚି ରହିବାକୁ କି ତିଷ୍ଠିବାକୁ ହେଲେ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ମାନବୀୟ ରୋବଟ ବା ମଣିଷ ପରି ଭାବିପାରୁଥିବା କାମ କରୁଥିବା ରୋବଟଙ୍କ ସହ ଯୁଦ୍ଧ ହେବ ବୋଲି ଅକ୍ସଫର୍ଡ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଗବେଷକ ଆଣ୍ଡ୍ରିଜ୍‌ ସ୍ୟାଣ୍ଡବର୍ଗ କହିଛନ୍ତି । କେବଳ ସେ ନୁହନ୍ତି ଗୁଗୁଲ ମୁଖ୍ୟ ସୁନ୍ଦର ପିଚାଇ ମଧ୍ୟ କୃତ୍ରିମ ବୁଦ୍ଧିମତାର ଦୂରୁପୋଯୋଗକୁ ନେଇ ଆଶଙ୍କା କରିଥିଲେ । ଏହା ପୂର୍ବରୁ କମ୍ପ୍ୟୁଟର ସଫ୍ଟଓ୍ୱାର କମ୍ପାନୀ ଏଚ୍‌ସିଏଲ୍‌ର ସହ ପ୍ରତିଷ୍ଠାତା ମଧ୍ୟ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ।

ମଣିଷ ଏବଂ ଯନ୍ତ୍ରମାନବ ବା ରୋବଟ ମଧ୍ୟରେ କିମ୍ବା କୃତ୍ରିମ ବୁଦ୍ଧିମତାରୁ ସୃଷ୍ଟି ମଣିଷ ସହ ପ୍ରକୃତ ମଣିଷର ଘମାଘୋଟ ଯୁଦ୍ଧ ହେବ ବୋଲି ଆଣ୍ଡ୍ରିଜ୍‌ ସ୍ୟାଣ୍ଡବର୍ଗ ଆଶଙ୍କା ପ୍ରକାଶ କରିଛନ୍ତି । ତାଙ୍କର ଏହି ଗବେଷଣା ତଥ୍ୟ ଦି କନଭର୍ସେସନ୍‌ରେ ପ୍ରକାଶିତ ହୋଇଛି । ( published in The Conversation ) । ମଣିଷର ହୋମ ସାପିଏନସ୍‌ ୩ ଲକ୍ଷ ବର୍ଷ ହେଲାଣି ପୃଥିବୀ ପୃଷ୍ଟରେ ରହିଛନ୍ତି । ମାତ୍ର ଏବେ କୃତ୍ରିମ ବୁଦ୍ଧିମତା ଏବଂ ସେଥିରୁ ସୃଷ୍ଟି ହେବାକୁ ଥିବା ଅତି ଉଚ୍ଚକୋଟୀର ରୋବଟିକ୍‌ମାନବ ବା ଏଆଇ ମାନବ ସହ ନିଶ୍ଚୟ ମାନବ ସମାଜର ଯୁଦ୍ଧ ହେବ ବୋଲି ଆଣ୍ଡ୍ରିଜ୍‌ କହିଛନ୍ତି । ,ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ନେବେ ନା ଶକ୍ତିଶାଳୀ ବିଶ୍ୱକୁ ଅଧିକାର କରିବ ତାହା କେବଳ ସମୟ ହିଁ କହିବ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories