କଲ୍ୟାଣସିଂହପୁର: ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆଜି ଶାନ୍ତି ପୁର୍ଣ୍ଣ ଭାବରେ ବନ୍ଦ ପାଳନ କରିବା ପାଇଁ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଦେଖିବାକୁ ମିଳିଛି। ଆଜି କ୍ରାନ୍ତିକାରୀ ଆଶ୍ରମର ବାବା ସ୍ୱରୂପାନନ୍ଦ ଗିରିଙ୍କ ନେତୃତ୍ବରେ ବିଶ୍ବହିନ୍ଦୁ ପରିଷଦର କର୍ମୀ ମୋନରଞ୍ଜନ ତ୍ରିପାଠୀ ଓ କିଛି ଯୁବକ ଏକତ୍ରିତ ହୋଇ ଗ୍ରାମରେ ଦୋକାନ ବଜାର ବନ୍ଦ କରିଥିଲେ। ସେଠାରେ ଦୋକାନ ବଜାର ବନ୍ଦ ରହିଛି। ବସ ଚାଲୁନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ଔଷଧ ଦୋକାନ ଖୋଲା ରହିଛି।
Popular Categories



