www.samajalive.in
Sunday, December 14, 2025
26.1 C
Bhubaneswar

୩ଜଣଙ୍କୁ ବିଭତ୍ସ ହତ୍ୟା!

ବରଗଡ଼: ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗାଁରେ ଏକ ଘର ଭିତରୁ ୩ଜଣଙ୍କ ମୃତଦେହ ଠାବ କରାଯାଇଛି। ଘରେ ସ୍ବାମୀ ଓ ୨ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୩ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ଜଣାପଡ଼ିଛି। ମୃତକମାନେ ହେଉଛନ୍ତି- ଟଙ୍କଧର ସାହୁ ଓ ତାଙ୍କର ଦୁଇ ପତ୍ନୀ ମାଧବୀ ସାହୁ ଏବଂ ଦ୍ରୌପଦୀ ସାହୁ। ଭେଡେନ ଥାନା ଆଖିଫୁଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ପାରିପାର୍ଶିକ ସ୍ଥିତିରୁ ହତ୍ୟା ସନ୍ଦେହ। କିଏ ଓ କାହିଁକି ମାରିଲା କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।

 

- Advertisement -

ମିଳିଥିବା ସୂଚନା ଅନୁଯାୟ, ପ୍ରଥମ ପତ୍ନୀଙ୍କର ଛୁଆପିଲା ନ ହେବାରୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିଲେ ଏବଂ ସେମାନେ ସମସ୍ତେ ଏକାଠି ରହୁଥିଲେ। ଆଜି ସକାଳୁ ଟଙ୍କଧରଙ୍କ ଘର ବନ୍ଦ ରହିଥିଲାବେଳେ କେହି ବାହାରକୁ ଆସିନଥିଲେ। ପାଖପୋଡ଼ଶୀ ଆସି ଘରର କବାଟ ବାଡ଼େଇଥିଲେ ମଧ୍ୟ କେହି ଦ୍ବାର ଖୋଲି ନଥିଲେ। ତେଣୁ ସେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିବା ପରେ ଘରର ପଛଦ୍ୱାର ଦେଇ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories