www.samajalive.in
Sunday, December 14, 2025
26.1 C
Bhubaneswar

ମୋ ସ୍କୁଲ ଅଭିଯାନରେ ବିକଶିତ ଶ୍ରେଣୀଗୃହ ଉଦ୍‌‌ଘାଟିତ

ଆଠଗଡ :  ଆଠଗଡ ସରକାରୀ ବାଳିକା ହାଇସ୍କୁଲର ୧୯୭୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରୀଙ୍କ ଆର୍ଥିକ ସହାୟତାରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିକଶିତ ହୋଇଥିବା ଶ୍ରେଣୀଗୃହ ସୋମବାର ଉଦ୍‌‌ଘାଟିତ ହୋଇଯାଇଛି । ଉକ୍ତ ବ୍ୟାଚର ଛାତ୍ରୀମାନେ ୪୨ହଜାର ଟଙ୍କା ଦାନ କରିଥିବାବେଳେ ସରକାରଙ୍କ ପକ୍ଷରୁ ଆଉ ୮୪ହଜାର ଟଙ୍କା ମଞ୍ଜୁର ହେବା ଦ୍ୱାରା ମୋଟ ୧.୨୬ଲକ୍ଷ ଟଙ୍କା ବ୍ୟୟରେ ଏକ ଶ୍ରେଣୀ କକ୍ଷକୁ ସ୍ମାର୍ଟ ଶ୍ରେଣୀକକ୍ଷ ଭାବେ ରୂପାନ୍ତରିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଏହି ବିଦ୍ୟାଳୟରେ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିକରଣ କାର୍ଯ୍ୟ କରାଯାଇଥିବାବେଳେ ସେଥିରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ୨ଟି ସ୍ମାର୍ଟ ଶ୍ରେଣୀ କକ୍ଷ ବିକଶିତ କରାଯାଇଥିଲା। ତେବେ ୬ଷ୍ଠରୁ ୮ମ ଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ଦେଖି ୧୯୭୮ବ୍ୟାଚ ପୁରାତନ ଛାତ୍ରୀଙ୍କ ପକ୍ଷରୁ ସେମାନଙ୍କ ପାଇଁ ଏକ ସ୍ମାର୍ଟ ଶ୍ରେଣୀ କକ୍ଷ ବିକଶିତ କରାଯାଇଛି । ସେଥିରେ ପିଲାଙ୍କ ପଢିବା ପାଇଁ ଏକ ୫୬ଇଞ୍ଚ ବିଶିଷ୍ଟ ଟେଲିଭିଜନ ଲଗାଯିବା ସହ କକ୍ଷକୁ ନବୀକରଣ କରାଯାଇଛି।

- Advertisement -

ସୋମବାର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଯୋଗଦେଇ ଏହି ଶ୍ରେଣୀକକ୍ଷକୁ ଉଦ୍‌‌ଘାଟନ କରିବା ସହ ପୁରାତନ ଛାତ୍ରୀଙ୍କର ଏପରି ମହନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ମୋ ସ୍କୁଲ ଅଭିଯାନର ଆବାହକ କଳ୍ପଲତା ଦାଶ, ସମ୍ମାନିତ ଅତିଥି ଭାବେ ୧୯୭୮ ବ୍ୟାଚର ପୁରାତନ ଛାତ୍ରୀ ତଥା ଶିକ୍ଷାବିତ୍‌‌ ଅର୍ଚ୍ଚନା ନନ୍ଦ, ସମାଜସେବୀ ଅର୍ଚ୍ଚନା ସାମଲ, ମନୋରମା ଦାସ, ଆଇନଜୀବୀ ଦୀପାଳି ଦାଶ, ଶିକ୍ଷାବିତ୍‌‌ ନବକିଶୋର ରାଉତ ଓ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ସନ୍ତୋଷ ରାଉତ, ଅମ୍ବିକା ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ଏହି ସ୍ମାର୍ଟ ଶ୍ରେଣୀକକ୍ଷ ଉଦ୍‌‌ଘାଟିତ ହୋଇଥିଲା। ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରଧାନ କାର୍ଯକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories