www.samajalive.in
Tuesday, December 9, 2025
17.1 C
Bhubaneswar

ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ଆକ୍ରୋଶ ବିକ୍ଷୋଭ

ଆଠଗଡ :  ହନୁମାନ ଜୟନ୍ତୀରେ ହିନ୍ଦୁ ସଂଗଠନଗୁଡିକ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା ସମୟରେ ହୋଇଥିବା ଆକ୍ରମଣ ଓ ଆକ୍ରମଣରେ ଜଣଙ୍କର ମୃତ୍ୟୁଘଟଣା ବିରୋଧରେ ଆଠଗଡ ହିନ୍ଦୁ ସମାଜ ପକ୍ଷରୁ ଏକ ହିନ୍ଦୁ ଆକ୍ରୋଶ ବିକ୍ଷୋଭ କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଆଠଗଡ ହିନ୍ଦୁ ସମାଜର ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟ ଓ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସଂଗଠକ ଓ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ସଂଗଠକ ଜଗଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଉଦ୍‌‌ବୋଧନ ଦେଇ ବରିଷ୍ଠ ନେତା ଶ୍ରୀ ରାୟ ଓ ଶ୍ରୀ ମହାନ୍ତି ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଯେପରି ଅନ୍ୟ ସଂପ୍ରଦାୟର ଲୋକ ଶୋଭାଯାତ୍ରାକାରୀଙ୍କ ଉପରେ ଢେଲାପଥର ଫିଙ୍ଗିବା ସହ ମରଣାନ୍ତକ ଆକ୍ରମଣ କଲେ ତାହା ଅତ୍ୟନ୍ତ ଉଦ୍‌‌ବେଗଜନକ ଓ ନିନ୍ଦନୀୟ ବୋଲି ପ୍ରକାଶ କରିଥିଲେ। ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ହିନ୍ଦୁ ବିରୋଧୀ ବୋଲି ପୂର୍ବରୁ ପ୍ରମାଣିତ ହୋଇଥିବାବେଳେ ସମ୍ବଲପୁର ଘଟଣାରେ ତାହା ସ୍ପଷ୍ଟ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଆକ୍ରମଣକାରୀ ପୁଲିସକୁ ମଧ୍ୟ ଛାଡିନଥିବାବେଳେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ତଥାପି ଶାସକ ବିଜେଡି ସରକାର ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଉଥିବାରୁ ଏହାର ସୁଦୁରପ୍ରସାରୀ କୁପରିଣାମ ସେମାନେ ଭୋଗିବେ ବୋଲି ହିନ୍ଦୁ ସଂଗଠକ ଚେତାଇ ଦେଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ । ଏହି ପ୍ରତିବାଦ ସଭାରେ ବିକ୍ରମ କେଶରୀ ଦାଶ, ଇଲା ପଣ୍ଡା, ହେମମଞ୍ଜରୀ ଭଞ୍ଜଦେଓ, କଳ୍ପନା ମହାପାତ୍ର, ସତ୍ୟଜିତ୍‌‌ ମଲ୍ଲିକ, ହେମନ୍ତ କୁମାର ମହାନ୍ତି, ରଞ୍ଜନ ସେନାପତି, ପ୍ରକାଶ କୁମାର ସେଠୀ, ଉମେଶ ସାମଲ, ପବିତ୍ର ଆଚାର୍ଯ୍ୟ, ତପନ ଲେଙ୍କା, ଜଗଦୀଶ କବି, ନିର୍ମଳ କୁମାର, ସୁନିଲ ମିଶ୍ର, ପ୍ରଦୀପ ମହାପାତ୍ର, ରମାକାନ୍ତ ସେନାପତି ପ୍ରମୁଖ ଉଦ୍‌‌ବୋଧନ ଦେଇ ରାଜ୍ୟ ସରାକାରଙ୍କର ପକ୍ଷପାତିତାକୁ ତୀବ୍ର ସମାଲୋଚନା କରିଥିଲେ। ବରିଷ୍ଠ ସଂଗଠକ ବିଚିତ୍ରାନନ୍ଦ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories