www.samajalive.in
Friday, December 12, 2025
27.1 C
Bhubaneswar

ବ୍ୟକ୍ତିଗତ ଖର୍ଚ୍ଚରେ ଜଳଛତ୍ର ଖୋଲିଲେ ଏନଏସି ଅଧ୍ୟକ୍ଷା

ନୀଳଗିରି: ନୀଳଗିରି ସଦର ମହକୁମାକୁ ବିଭିନ୍ନ କାମରେ ଆସୁଥିବା ଲେକେ ଅସହ୍ୟ ଗରମ ପାଇଁ ନାହିଁ ନଥିବା ହୀନସ୍ତା ହୋଇ ପଡ଼ୁଛନ୍ତି। ଏହା ସତ୍ତ୍ୱେ ନୀଳଗିରି ଏନଏସି ତରଫରୁ ସହରର କୌଣସି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା ନହେବା ଉଦବେଗର ବିଷୟ ପାଲଟିଛି। ଗତବର୍ଷ ନୀଳଗିରି ସହର ସମେତ ୧୩ଟି ୱାର୍ଡ଼ରେ ମୋଟ ୧୯ଟି ଜଳଛତ୍ର କେନ୍ଦ୍ର ଖୋଲା ଯାଇଥିଲା। କିନ୍ତୁ ଚଳିତ ବର୍ଷ ଏନଏସି ତରଫରୁ କରାନଯିବା ଦେଖି ତଥା ଅଞ୍ଚଳବାସୀଙ୍କ ଦାବି ମୁତାବକ ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ ବ୍ୟକ୍ତିଗତ ଖର୍ଚ୍ଚରେ ଏକ ଜଳଛତ୍ର କେନ୍ଦ୍ର ଖୋଲିଥିବା ଦେଖିବାକୁ ମିଳିଛି। ଏହି ଅବସରରେ କଚେରୀ ବଜାର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଉକ୍ତ ଜଳଛତ୍ର କେନ୍ଦ୍ରକୁ ଅଧ୍ୟକ୍ଷା ଶ୍ରୀମତୀ ଦାସ ଉଦଘାଟନ କରି ଜଣେ ବ୍ୟକ୍ତିଙ୍କୁ ସେଠାରେ ନିଯୁକ୍ତ କରିଛନ୍ତି।

ପ୍ରଥମ ଦିନରେ ଲୋକଙ୍କୁ ଦହି ସରବତ ଦାନ କରାଯାଇଥିଲା। ଗ୍ରୀଷ୍ମଋତୁ ଶେଷ ପର୍ଯ୍ୟନ୍ତ ଏହି ଜଳଛତ୍ର କେନ୍ଦ୍ର ଖୋଲାଯିବ ବୋଲି ଅଧ୍ୟକ୍ଷା ଜଣାଇଛନ୍ତି। ସେପଟେ ଜଳଛତ୍ର କେନ୍ଦ୍ର ଖୋଲିବା ସମ୍ପର୍କରେ ଏନଏସି ନିର୍ବାହୀ ଅଧିକାରୀ ଅକ୍ଷୟ ବଡୁଙ୍କୁ ଯୋଗାଯୋଗ କରାଯିବାରୁ ସେ ଦିନେ ଦୁଇଦିନ ଭିତରେ ବିଭିନ୍ନ ସ୍ଥାନରେ ଏହି କେନ୍ଦ୍ର ଖୋଲିବେ ବୋଲି ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories