www.samajalive.in
Monday, December 15, 2025
16.1 C
Bhubaneswar

ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ଅନୁପ୍ରାଣିତ ବହୁଭାଷୀ ଚଳଚ୍ଚିତ୍ର ‘ସାର ମାଡାମ ସରପଞ୍ଚ’

ଡେସ୍କ: ପୁଣି ଚର୍ଚ୍ଚାରେ ଗଂଜାମ ଜିଲ୍ଲାର ଆରତୀ ଦେବୀ। ଜଣେ ଉଚ୍ଚ ଶିକ୍ଷିତା ଓ ସ୍ୱଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ମହିଳା ସରପଞ୍ଚ ଆରତୀ ଦେବୀଙ୍କ ସ୍ଲୋଗାନ ଥିଲା – ଟିପ ଚିହ୍ନ ନୁହେଁ ଦସ୍ତଖତ ଦିଅl ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର ‘ସାର ମ୍ୟାଡ଼ମ ସରପଞ୍ଚ’ ମୁକ୍ତିଲାଭ କରିଛି।

ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ଼ ଷ୍ଟାର ଆରର୍ୟାନା ସଜନାନୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ଓ ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ରକୁ ଆହୁରି ଦର୍ଶନୀୟ କରିଛି। ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି। ଆରତୀ ଦେବୀ ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ ‘ସାର ମ୍ୟାଡାମ ସରପଞ୍ଚ’ ନିର୍ମାଣ ହୋଇଛି କହିଛନ୍ତି ଯେ; ନାରୀ ମାନେ ସବୁ କରିପାରିବେ କେବଳ ମନରେ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ଓ ଏହି ଚଳଚ୍ଚିତ୍ର ଆପଣଙ୍କ ତାର ଏକ ଦିଗଦର୍ଶନ ଦେବ।

- Advertisement -

ଓଡ଼ିଆ ଭାଷାରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଥିବା “ସାର ମ୍ୟାଡାମ ସରପଞ୍ଚ” ଖବରକୁ ନେଇ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବ୍ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମାଜସେବୀ ନମ୍ରତା ଚଢ଼ା, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସହିତ ପୂର୍ବତନ ସର୍ବ କନିଷ୍ଠା ସରପଞ୍ଚ ଆରତୀ ଦେବୀ ଉପସ୍ଥିତ ଥିଲେ। ଓଡ଼ିଶାରେ ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ଆମ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ ସେହିପରି ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories