www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାଦିକ ବେଶରେ ଆସି ଆତିକ ଓ ଆଶ୍ରଫକୁ ହତ୍ୟା କରିଛନ୍ତି – ୟୁପି ପୁଲିସ

ଡେସ୍କ: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫକୁ ସାମ୍ବାଦିକ ବେଶରେ ଆସି ସୁଟରମାନେ ହତ୍ୟା କରିଥିବା ଉତ୍ତରପ୍ରଦେଶ ପୁଲିସ କହିଛି। ଗୁଳି ଚଳାଇଥିବା ୩ ଜଣ ସୁଟର ଲୁଭଲେଶ ତିୱାରୀ, ସନ୍ନି ଓ ଅରୁଣ ମୌର୍ଯ୍ୟ ଗୁଳି ଚଳାଇବା ପରେ ଘଟଣାସ୍ଥଳରେ ଆତ୍ମ ସମର୍ପଣ କରିଥିବା ଭିଡିଓ ଫୁଟେଜରେ ଦେଖାଯାଉଥିବା ବେଳେ ସେମାନଙ୍କୁ ଗିରଫ କରିଥିବା ୟୁପି ପୁଲିସ ଦାବି କରିଛି।

ୟୁପି ପୁଲିସ କହିଛି ଯେ ସୁଟରମାନେ ସାମ୍ବାଦିକ ଭାବରେ ଆସିଥିଲେ। ଆତିକ ଚେକ୍ ଅପ୍ ପାଇଁ ପହଞ୍ଚିବା ପରେ ସାମ୍ବାଦିକ ମାନେ ତାଙ୍କୁ ଘେରି ରହିଥିଲେ ଏବଂ ଆତିକ ଓ ତାଙ୍କ ଭାଇ ଆଶ୍ରଫଙ୍କ ନିକଟତର ହୋଇଥିଲେ। ଜଣଙ୍କ ହାତରେ କ୍ୟାମେରା ଥିଲା ଏବଂ ସେ କ୍ୟାମେରାମ୍ୟାନ୍ ଭାବରେ ନିଜକୁ ପ୍ରଦର୍ଶିତ କରୁଥିଲା। ତୃତୀୟ ଜଣଙ୍କ ଉଭୟଙ୍କୁ ସାହାଯ୍ୟ କରୁଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

- Advertisement -

ହସ୍ପିଟାଲରେ ପହଞ୍ଚିବା ପରେ ଆତିକକୁ ସାମ୍ବାଦିକମାନେ ମାତ୍ର ୨ଟି ପ୍ରଶ୍ନ ପଚାରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ ଏବଂ ସେ ତଳେ ପଡିଯାଇଥିଲେ। ଅନ୍ୟ ଦୁଇଜଣ ଯୁବକ ମଧ୍ୟ କ୍ୟାମେରା ଏବଂ ମାଇକ୍ ଫିଙ୍ଗି ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଏହି ଘଟଣା ପରେ ଉତ୍ତରପ୍ରଦେଶ ସରକାର ରବିବାର ଦିନ ସମସ୍ତ ଜିଲ୍ଲାରେ ଧାରା ୧୪୪ ଲାଗୁ କରିଛନ୍ତି। ଏ ସଂପର୍କରେ ୟୁପି ପୁଲିସ କହିଛି ଯେ ସମୁଦାୟ ୩ ଜଣ ଗିରଫ ହୋଇଛନ୍ତି। ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପୁଲିସ ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories