www.samajalive.in
Sunday, December 14, 2025
16.1 C
Bhubaneswar

ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ପ୍ରଦର୍ଶିତ ହେଲା ୪୮ ଜଣ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡ଼େମୀ ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ପ୍ରଦର୍ଶନୀକୁ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ପ୍ରାରମ୍ଭରେ ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଏବଂ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପ୍ରଦର୍ଶନୀରେ ଏକାଡ଼େମୀ ଦ୍ଵାରା ସଂଗୃହୀତ ୪୮ ଜଣ ବରିଷ୍ଠ ତଥା ଯୁବ ଶିଳ୍ପୀଙ୍କ ସମସାମୟିକ ସୃଜନଶୀଳ ଚିତ୍ରକଳା ଗୁଡିକ ପ୍ରଦର୍ଶିତ ହୋଇଅଛି। ଚିତ୍ରରେ ଶିଳ୍ପୀଙ୍କ ଦ୍ଵାରା ଗ୍ରୀଷ୍ମ ଋତୁର ଦୃଶ୍ୟ ସହ ଭୁଦୃଶ୍ୟ ଓ ଶିଳ୍ପୀଙ୍କ ନିଜସ୍ବ ଶୈଳୀର ଚିତ୍ର ବେଶ ଭାବପୂର୍ଣ୍ଣ ହୋଇଥିବା ଅତିଥିମାନେ ପ୍ରକାଶ କରିଥିଲେ।

- Advertisement -

ଏହି ଅବସରରେ ଶିଳ୍ପୀ ଚନ୍ଦନ କୁମାର ସାମଲ, ରାଜକିଶୋର ମହାରଣା, ପ୍ରଦୀପ ପାଣ୍ଡେ, ଜନାର୍ଦ୍ଦନ ପରମ ଗୁରୁ, ରବୀନ୍ଦ୍ର କୁମାର ମହାରଣା, ଛାତ୍ରଛାତ୍ରୀ ଓ ବହୁ କଳାନୁରାଗୀ ଉପସ୍ଥିତ ଥିଲେ. ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଦର୍ଶକମାନଙ୍କ ପାଇଁ ଖୋଲା ରହିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories