www.samajalive.in
Friday, December 12, 2025
26.1 C
Bhubaneswar

‘ଜ୍ଞାନ ବୃଦ୍ଧି ସମେତ ଅନ୍ୟ ଦେଶମାନଙ୍କ ସହ ସାଂସ୍କୃତିକ ସଂପର୍କ ସୁଦୃଢ଼ ହୋଇଛି’

ଭୁବନେଶ୍ୱର: ଆଜି ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ପକ୍ଷରୁ ପ୍ରାୟୋଜିତ ଜେନ୍‌-ନେକ୍ସଟ୍‌-ଡେମୋକ୍ରାସି-ନେଟୱାର୍କ (ଭବିଷ୍ୟତ ପିଢ଼ି ପାଇଁ ଗଣତନ୍ତ୍ର) କାର୍ଯ୍ୟକ୍ରମରେ ବେଲ୍‌ଜିୟମ୍‌, ବ୍ରାଜିଲ୍‌, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ ଏବଂ ଦକ୍ଷିଣ ଆଫ୍ରିକାର ଏକ ୩୫ ଜଣିଆ ଯୁବ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ପରିଦର୍ଶନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ସଂପୃକ୍ତ ଦେଶର ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ଯୁବ ଉଦ୍ୟୋଗୀ ଏବଂ ଯୁବନେତା ସାମିଲ ହୋଇ ଓଡ଼ିଶା ବିଧାନସଭା ବୁଲି ଦେଖିବା ସହ ବିଧାନସଭାର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରତିନିଧି ମଣ୍ଡଳୀରେ ସଂପୃକ୍ତ ଦେଶର କେତେକ ସାଂସଦ ଓ ମେୟର ଅଛନ୍ତି।

ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଏହି ପ୍ରତିନିଧି ମଣ୍ଡଳୀଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ ଯେ ଆପଣମାନଙ୍କୁ ଓଡ଼ିଶା ବିଧାନସଭାକୁ ଆମନ୍ତ୍ରିତ କରି ଆଇସିସିଆର୍‌ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି। ଏହି ପରିଦର୍ଶନ ଫଳରେ ଆମର ଜ୍ଞାନ ବୃଦ୍ଧି ସମେତ ଅନ୍ୟ ଦେଶମାନଙ୍କ ସହ ସାଂସ୍କୃତିକ ସଂପର୍କ ସୁଦୃଢ଼ ହୋଇଛି ଏବଂ ଆମମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଅନୁଭବ ଓ ଭ୍ରାତୃତ୍ୱଭାବ ବୃଦ୍ଧି ଘଟିଛି। ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ସଂପର୍କରେ ଜ୍ଞାନ ଆହରଣପୂର୍ବକ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

- Advertisement -

ଏଥିସହିତ ଉପବାଚସ୍ପତି ଓଡ଼ିଶା ଏବଂ ବିଧାନସଭା ସଂପର୍କିତ ପ୍ରତିନିଧି ଦଳ ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଉପବାଚସ୍ପତି ଶ୍ରୀ ସିଂହ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ପ୍ରତିନିଧି ମଣ୍ଡଳୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଚିନ୍ତାଧାରା, ସଂସ୍କୃତି ଏବଂ ସଂପର୍କ ସୁଦୃଢ଼ ହେଉଛି ଏବଂ ପାରସ୍ପରିକ ଭାବବିନିମୟ କ୍ରମେ ଆମେ ସମଗ୍ର ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ ନୀତିରେ ଗୋଟିଏ ବଡ଼ ଗ୍ରାମ ଭାବରେ ଉପଲବ୍ଧି କରିବାର ଏକ ସୁଯୋଗ ପାଇଛେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରତିନିଧି ମଣ୍ଡଳୀଙ୍କୁ ଓଡ଼ିଶା ବିଧାନସଭାକୁ ସ୍ୱାଗତ ଜଣାଇ ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଶାର ସମୃଦ୍ଧ କଳା, ସ୍ଥାପତ୍ୟ, ସଂସ୍କୃତି ସହିତ ଏକ ସୁସ୍ଥ ରାଜନୈତିକ ପରମ୍ପରା ସମ୍ବନ୍ଧରେ ଅବଗତ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ। ଓଡ଼ିଶା ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ଓଡ଼ିଶା ବିଧାନସଭାର ଇତିହାସ ଏବଂ କାର୍ଯ୍ୟପ୍ରଣାଳୀ ସଂପର୍କରେ ପାୱାର ପଏଣ୍ଟରେ ତଥ୍ୟ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories