www.samajalive.in
Friday, December 12, 2025
27.1 C
Bhubaneswar

‘ଖଦି ସାମଗ୍ରୀ ଉତ୍ପାଦନ ଓ ବିକ୍ରି ବୃଦ୍ଧି ହେବ’

ଭୁବନେଶ୍ବର: ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଖଦି ଉତ୍ପାଦନ, ସୂତାକଟା, ଲୁଗାବୁଣା ଓ ବିକ୍ରି ଆଶାନୁରୂପ ହୋଇଛି। କେବଳ ଭୁବନେଶ୍ବର ବିକ୍ରି କେନ୍ଦ୍ର (ଖଦି ଇଣ୍ଡିଆ) ଏକକୋଟିରୁ ଊର୍ଦ୍ଧ୍ବ ଟଙ୍କାର ଖଦି ସାମଗ୍ରୀ ବିକ୍ରି କରିଛି। ଆଗାମୀ ଦିନରେ ଉତ୍ପାଦନ ଓ ବିକ୍ରି ବୃଦ୍ଧି କରାଯିବ ବୋଲି ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ବୈଠକରୁ ସୂଚନା ମିଳିଛି।

ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ସଭାପତି ଏବଂ ‘ସମାଜ’ର ସମ୍ପାଦକ ନିରଞ୍ଜନ ରଥଙ୍କ ସଭାପତିତ୍ବରେ ଏକ ବୈଠକ ଗତ ୧୨ ତାରିଖରେ ଖାରବେଳନଗରସ୍ଥିତ ଗୋପବନ୍ଧୁ ସଦନ‌େ‌ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ପୁଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ, ଅବସରପ୍ରାପ୍ତ ଆଇଏଏସ ଗୋସ୍ବାମୀ ଗୋଲାମ ଦେବତା, ଜ୍ଞାନ ରଥ, ଅଶୋକ ପଟ୍ଟନାୟକ, ଡ. ଦେବାଶିଷ ମିଶ୍ର, ଶ୍ରୀଧର ପୃଷ୍ଟି, କୌଶଲ୍ୟା ଦାଶ ଏବଂ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ଉପସ୍ଥିତ ଥିଲେ।

- Advertisement -

ସଭାପତି ଶ୍ରୀ ରଥ ପ୍ରକାଶ କରିଥିଲେ ଯେ ଚଳିତ ମାସରେ କାଦୁଆ ଆଶ୍ରମରେ ତେଲଘଣା ସ୍ଥାପନ କରାଯିବ। ଏହାଦ୍ବାରା ଅଞ୍ଚଳବାସୀ ଉପକୃତ ହେବେ। ମୋତିଦେବୀ ପାଠାଗାରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଖଦି ବିକାଶ ଯୋଜନା ମାଧ୍ୟମରେ ସଂଘର କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ରଥ କହିଥିଲେ। ଚଳିତ ମାସରେ ପୁରୀ ଖଦି ଇଣ୍ଡିଆର ଶୋ’ରୁମ୍ ନବୀକରଣ ସହ ଖୋଲିବ। କାଦୁଆ ଆଶ୍ରମରେ ମଧ୍ୟ ଢିଙ୍କିକୁଟା ଚୁଡ଼ା ପ୍ରସ୍ତୁତ କରାଯିବ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories