www.samajalive.in
Friday, December 12, 2025
26.1 C
Bhubaneswar

ନିର୍ମାଣ ହେବ ନୂତନ ଶଗଡିଆ ପୋଲ, ଆରମ୍ଭହେଲା ମାଟି ପରୀକ୍ଷା

ହରଭଙ୍ଗା: ହରଭଙ୍ଗା-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଧର୍ମନଗର ଠାରେ ରହିଥିବା ଶଗଡିଆ ନାଳ ଉପରେ ନୂତନ ପୋଲ ନିର୍ମାଣ କରାଯିବ। ଏଥିପାଇଁ ଶନିବାର ମାଟି ପରୀକ୍ଷା ପାଇଁ ଏକ ଟିମ ସେଠାରେ ପଂହଚି ଉକ୍ତ କାର୍ଯ୍ୟ ଆରମ୍ଭ କରିଛି।ପ୍ରକାଶ ଯେ ଶଗଡିଆ ନାଳ ଉପରେ ୩୦ବର୍ଷ ତଳେ ଏକ ପୋଲ ନିର୍ମାଣ ହୋଇଥିଲା। ଉକ୍ତ ପୋଲଟି ଦବି ଯିବା ସହିତ ବର୍ଷା ଦିନେ ପୋଲ ଉପରେ ପାଣି ଚାଲିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥାଏ।

ଏହା ସହିତ ବୁଲାଣି ରାସ୍ତା ସାଙ୍ଗକୁ ଅଣଓସାରିଆ ପୋଲରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ନୂତନ ପୋଲ ନିର୍ମାଣ ପାଇଁ ବହୁବାର ଦାବୀ ହୋଇଆସୁଛି। ନୂତନ ପୋଲ ନିର୍ମାଣ ଆବଶ୍ୟକତା କଥାକୁ ପୂର୍ତବିଭାଗ ହୃଦୟଙ୍ଗମ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଖସଡା ହାତକୁ ନେଇ ମାଟି ପରୀକ୍ଷା କରାଯାଉଛି। ଏ ସର୍ମ୍ପକରେ ବୌଦ୍ଧ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ମାଟି ପରୀକ୍ଷା ପରେ ଏହାର ଡିଜାଇନ ତିଆରି କରାଯିବା। ଏହାପରେ ନୂତନ ପୋଲ ନିର୍ମାଣ ପାଇଁ ବ୍ୟୟଅଟକଳ ଧାର୍ଯ୍ୟ ହେବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories