www.samajalive.in
Saturday, December 13, 2025
26.1 C
Bhubaneswar

ହିନ୍ଦୁସ୍ତାନ ଏରୋନେଟିକ୍ସ୍‌ର ସୁପରସୋନିକ୍‌ ଟ୍ରେନର୍‌ ଯୁଦ୍ଧବିମାନ ଏଚ୍‌ଏଲ୍‌ଏଫ୍‌ଟି-୪୨

ବେଙ୍ଗାଲୁର – ଭାରତ ସରକାଙ୍କର ଅଧିନରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଦ୍ୱାରା ଭାରତୀୟ ସୁପରସୋନିକ୍‌ ଜେଟ୍‌ ଟ୍ରେନର ଏଚ୍‌ଏଲ୍‌ଏଫ୍‌ଟି-୪୨ ନିର୍ମାଣ କରାଯାଉଛି । ଏହାର କଳାତ୍ମକ ପ୍ରକରଣକୁ ବେଙ୍ଗୁଲର ଏରୋ ଇଣ୍ଡିଆ ସୋରେ ପ୍ରଦର୍ଶୀତ କରାଯାଇଥିଲା । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ୍‌ ଲାଇଟ୍‌ କମ୍ବାକ୍ଟ ଏୟାର କ୍ରାଫ୍ଟ ତେଜସ୍‌ ତିଆରି କରିଛି ।

ଏହି ସୁପରସୋନିକ୍‌ ଜେଟ୍‌ ଏଚ୍‌ଏଲ୍‌ଏଫ୍‌ଟି-୪୨ ଗୋଟିଏ ଇଂଜିନିବିଶିଷ୍ଟ ସୁପରସୋନିକ୍‌ ତାଲିମ ଯୁଦ୍ଧବିମାନ । ଏହା ଭାରତୀୟବାୟୁସେନାର ପାଇଲଟ୍‌ମାନଙ୍କୁ ଉଚ୍ଚଧରଣ ତାଲିମ୍ ପାଇଁ ସହାୟକ ହେବ । ଭାରତୀୟ ବାୟୁସେନାର ପାଇଲଟ୍‌ମାନଙ୍କୁ ହକ୍‌-୧୩୨, ମିଗ୍‌ ୨୧ ଏବଂ ସୁଖୋଇ-୩୦ ଏମ୍‌କେଆଇଏସ୍‌ରେ ପ୍ରଶିକ୍ଷଣ ଦିଆଯାଉଛି । ସୁପୋରସୋନିକ ପ୍ରଶିକ୍ଷଣ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଯୁଦ୍ଧ ବିମାନ ନିର୍ମାଣ ହେବାପରେ ଭାରତୀୟ ବାୟୁସେନାପାଇଁ ଆର୍ଥିକ ଦିଗରେ ଏହା ବେଶ୍‌ ସହାୟକ ହେବ ।

- Advertisement -

ତେବେ ଏହି ସୁପରସୋନିକ ବିମାନ ନିର୍ମାଣକୁ ନେଇ କେତକ ଆଶଙ୍କା ପ୍ରକାଶ ପାଇଛି । ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ପ୍ରକଳ୍ପକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି । ଏହାକୁ ସଫଳଭାବେ ନିର୍ମାଣ କରାଯାଇପାରିଲେ ଯୁଦ୍ଧବିମାନ ପ୍ରଶିକ୍ଷଣ ନେଉଥିବା ପାଇଲଟ୍‌ମାନଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories