www.samajalive.in
Saturday, December 13, 2025
26.1 C
Bhubaneswar

ସର୍ବୋଚ୍ଚ ସ୍ତରରେ ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଗଚ୍ଛିତ ପରିମାଣ ଚଳିତ ମାସ ୭ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ପୂର୍ବ ସପ୍ତାହ ତୁଳନାରେ ୬.୩ ବିଲିଅନ ଡଲାର ବୃଦ୍ଧିପାଇ ୫୮୪.୭୬ ବିଲିଅନ ଡଲାର ହୋଇଛି । ଏହା ଗତ ନଅମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌‌ବିଆଇ) ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନରେ କୁହାଯାଇଛି ଯେ ଆଲୋଚ୍ୟ ସପ୍ତାହରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ୦.୩% ବୃଦ୍ଧିପାଇଛି । ଗୁରୁବାର ମୁଦ୍ରା ବିନିମୟ ବଜାରରେ କାରବାର ଶେଷ ସୁଦ୍ଧା ଡଲାର ପିଛା ଭାରତୀୟ ଟଙ୍କାର ମୂଲ୍ୟ ୮୧.୮୫ ଟଙ୍କା ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories