www.samajalive.in
Saturday, December 13, 2025
26.1 C
Bhubaneswar

ଜାପାନର ପ୍ରଧାନମନ୍ତ୍ରୀଙ୍କ ରାଲିରେ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଗିରଫ

ବାକାୟାମା- ଜାପାନର ବାକାୟାମାପରେ ଏକ ନିର୍ବାଚନ ରାଲିରେ ଏହାର ପ୍ରଧାନମନ୍ତ୍ରୀ ଫୁମିଆ କିଶିଦା ସମ୍ବୋଧନ ଦେବାରୁ ଯାଉଥିବା ବେଳେ ତାଙ୍କ ଉପରକୁ ସ୍ମୋକ ବମ୍‌ ଫିଙ୍ଗିଯାଇଥିବା ସୂଚନା । ସ୍ମୋକ ବମ୍‌ ଫିଙ୍ଗାଯିବା ସମୟରେ ପ୍ରଧାନମନ୍ତ୍ରୀ ଫୁମିଆ କିଶିଦା ଉପସ୍ଥିତ ନ ଥିଲେ । ମାତ୍ର ସେ ଏହି ରାଲିକୁ ସମ୍ବୋଧନ କରିବାର ଥିଲା ।

ବାକାୟାମାର ଏହି ରାଲିରେ ବିସ୍ଫୋରଣ ଶଦ୍ଦ ଶୁଣାଯାଇଥିଲା । ସେଠାରେ ଚାରିଆଡ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଏହି ଘଟଣାର ସମ୍ପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏ ବିଷୟରେ ସୁରକ୍ଷାକର୍ମାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ଫୁମିଆ କିଶିଦା ନିମ୍ନଗୃହ ପାଇଁ ଚାଲିଥିବା ନିର୍ବାଚନ ରାଲିକୁ ସମ୍ବୋଧନ କରିବାର ଥିଲା । ଏହି ସମୟରେ ସେ ଲିବେରାଲ ପାର୍ଟିର ପ୍ରାର୍ଥୀଙ୍କ ସହ କଥାବାର୍ତ୍ତା କରୁଥିଲେ ।

- Advertisement -

ଏହି ଘଟଣାର ଭିଡିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଗଣମାଧ୍ୟମର ପ୍ରତିନିଧି ଏବଂ ଅନ୍ୟଲୋକମାନେ ଜୀବନ ବିକଳରେ ଦୌଡୁଥିବା ଦେଖିବା ପାଇଁ ମିଳୁଛି , ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତୁରନ୍ତ ବୋମା ଫିଙ୍ଗିଥିବା ଅଭିଯୁକ୍ତକୁ କାବୁ କରୁଥିବା ଏଥିରେ ଦେଖିବା ପାଇଁ ମିଳୁଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଏକ ନିର୍ବାଚନ ରାଲିରେ ଗୁଳି କରି ହତ୍ୟା କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories