www.samajalive.in
Saturday, December 6, 2025
26.1 C
Bhubaneswar

ଛେଳି ବ୍ୟବସାୟୀଙ୍କୁ ଗୁଳି କରି ଲୁଟି ନେଲେ ୯ ଲକ୍ଷ

ସୁନ୍ଦରଗଡ : ସୁନ୍ଦରଗଡରେ ଦେଖାଦେଇଛି ଲୁଟେରାଙ୍କ ଉତ୍ପାତ। ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିବା ସହ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଛଟେନପାଲି ସୁରୁଗୁଡା ତାରିଣୀ ମନ୍ଦିର ନିକଟରେ। ଟଙ୍କା ବ୍ୟାଗ ନେଇ ଛେଳି କିଣିବାକୁ ୩ ଜଣ ଛେଳି ବ୍ୟବସାୟୀ ଘରୁ ବାହାରିଥିଲେ। ରାସ୍ତାରେ ଯିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ପିଛା କରିବା ସହ ଟଙ୍କା ବ୍ୟାଗ ନେବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଜଣେ ବ୍ୟବସାୟୀ ଖସି କରି ଟଙ୍କା ବ୍ୟାଗକୁ ନେଇ ଯିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚାଳନା କରି ଟଙ୍କା ବ୍ୟାଗ ନେଇ ଫେରାର ହୋଇ ଯାଇଥିଲେ। ବ୍ୟାଗରେ ପ୍ରାୟ ୯ଲକ୍ଷ ଟଙ୍କା ଥିଲା। ଏହାପରେ ଉକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories